ପାଣି ସୁଅରେ ଖସିପଡିଲା କାର, ୪ ଜଣ ନିଖୋଜ

ଶ୍ରୀନଗର: ଜମ୍ମୁକାଶ୍ମୀରର ଉଦମପୁରର ରାମନଗର ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି | ଏକ କାର ଭରା ନଦୀରେ ଖସିପଡିଥିବାବେଳେ ୩ ଜଣ ପିଲାଙ୍କ ସମେତ ପାଞ୍ଚ ଜଣ ବୁଡ଼ି ଯାଇଥିଲେ। କାରରେ ଥିବା ସମସ୍ତ ପରିବାର ସଦସ୍ୟ ନିଖୋଜ ହୋଇଯାଇଛନ୍ତି। ତେବେ ଏପର୍ଯ୍ୟନ୍ତ ସୁଦ୍ଧା ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟମାନଙ୍କ ସନ୍ଧାନ ଜାରି ରହିଛି | ନଦୀରେ ଜଳ ପ୍ରବାହ ପ୍ରଖର ଥିବାବେଳେ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଚାଲିଛି।

ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଜାମ୍ମୁ-କାଶ୍ମୀର ଜିଲ୍ଲା ଉଦମପୁର-ରାମନଗର ରାସ୍ତାରେ ଥିବା କଘୋଟା ନାଳରେ ଏକ କାର ଖସିପଡିଥିଲା | ଏହି କାରରେ ଥିବା ପାଞ୍ଚ ଜଣ ନଦୀ ପାଣିରେ ବୁଡ଼ିଯାଇଥିବାବେଳେ କେବଳ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି | ରାମନଗରର ଏସଡିପିଓ କହିଛନ୍ତି- “ଅବଶିଷ୍ଟ ୪ଟି ମୃତଦେହକୁ ଖୋଜାଯାଉଛି।

photo-ani

୪ ଦିନ ବିତିଯାଇଥିବାବେଳେ ଏହି ଅଂଚଳରେ ପ୍ରବଳ ବର୍ଷା ହେତୁ ନଦୀରେ ଜଳ ପ୍ରବାହ ପ୍ରଖର ରହିଛି | ଏପର୍ଯ୍ୟନ୍ତ ମିଳିଥିବା ଗୋଟିଏ ମୃତଦେହ ପରିବାରର ମୁଖ୍ୟ ମୋହନ ଲାଲଙ୍କର ବୋଲି କୁହାଯାଉଛି | ବର୍ତ୍ତମାନ ସୁଦ୍ଧା ଅନୁସନ୍ଧାନରୁ ଜଣାପଡିଛି ଯେ କାରଟି ନିୟନ୍ତ୍ରଣ ହରାଇ ନଦୀ ଭିତରକୁ ଖସିପଡିଥିଲା। ପାଣି ଗଭୀର ଥିବାରୁ କାରଟି ପାଣିରେ ବୁଡ଼ି ଯାଇଥିଲା। କାରରେ ମୋହନ ଲାଲ, ତାଙ୍କ ପତ୍ନୀ ଏବଂ ତିନି ପିଲା ଥିଲେ।

ସମ୍ବନ୍ଧିତ ଖବର