ନୂଆଦିଲ୍ଲୀ: ଆମେରିକାର କେଲିଫୋର୍ଣ୍ଣିଆରେ ଏମିତି ଏକ କାର ଦୁର୍ଘଟଣା ଘଟିଛି ଯାହାର ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ। ଦ୍ରୁତଗତିରେ ଆସୁଥିବା ଏକ କାର ଡିଭାଇଡର ସହିତ ଧକ୍କା ଖାଇ ଦ୍ୱିତୀୟ ମହଲା ଭିତରେ ପଶି ଯାଇଥିଲା। ଏହି ଘଟଣାର ଦୃଶ୍ୟକୁ ଆପଣ ଫଟୋ ଦେଖିଲେ ଜାଣି ପାରୁଥିବେ। ଏହି ଫଟୋକୁ ଅରେଞ୍ଜ କଣ୍ଟି୍ର ଫାୟର ଅଥରିଟି ସେୟାର କରିଛନ୍ତି।
/sambad/media/post_attachments/wp-content/uploads/2018/01/2_011518123721-254x300.jpg)
ସୂଚନାଯୋଗ୍ୟ, ସକାଳ ପ୍ରାୟ ୫.୩୦ରେ ଏହି ଦୁର୍ଘଟଣା ହୋଇଥିବା ଖବର ମିଳିଥିଲା। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଗାଡ଼ିଟି ସିଡାନ କାର ଓ ଧଳା ରଙ୍ଗର । ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ କାରଟି ଡିଭାଇଡର ସହିତ ଧକ୍କା ଖାଇ ଦ୍ୱିତୀୟ ମହଲା ଭିତରେ ପଶି ସାରିଥିଲା। ଏହାପରେ କ୍ରେନ୍ ସାହାଯ୍ୟରେ କାରକୁ ବଲଡିଂ ଭିତରୁ ବାହାର କରାଯାଇଥିଲା।
/sambad/media/post_attachments/wp-content/uploads/2018/01/1_011518123721-300x236.jpg)
ସ୍ଥାନୀୟ ଲୋକଙ୍କ କହିବାନୁସାରେ, କାର ଚାଳକ ନିଶାରେ ଥିବା ହେତୁ ଏହି ଦୁର୍ଘଟଣା ଘଟିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଯେଉଁ କୋଠାରେ କାର ଦୁର୍ଘଟଣାଗ୍ରସ୍ତ ହୋଇ ପଶି ଯାଇଥିଲା ତାହା ଜଣେ ଅଫିସରଙ୍କ ଥିଲା। ସୌଭାଗ୍ୟବସତଃ ସେହି ସମୟରେ କୋଠାରେ କେହି ନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/3_011518123721.jpg)