ମୋଗାଡ଼ିସୁରେ କାର୍‌ ବୋମା ବିସ୍ଫୋରଣ: ମୃତ୍ୟୁସଂଖ୍ୟା ୨୩୦ ଟପିଲା

ମୋଗାଡ଼ିସୁ(ସୋମାଲିଆ) : ସୋମାଲିଆ ରାଜଧାନୀ ମୋଗାଡ଼ିସୁର ବିଭିନ୍ନ ସ୍ଥାନରେ ଶନିବାର ଦୁଇଟି କାର୍‌ ବୋମା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୨୩୦ ଟପିଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିବା ଖବର ମିଳଛିି। ଧ୍ୱଂସାବଶେଷ ତଳୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ପ୍ରଥମ ବିସ୍ଫୋରଣଟି ସହରର ମୁଖ୍ୟତଃ ସରକାରୀ କାର୍ଯ୍ୟାଳୟ, ହୋଟେଲ ଆଦି ରହିଥିବା ଜନବହୁଳ କେ୫ ଜଙ୍କସନ୍‌ରେ ହୋଇଥିଲା। ଏଥିରେ ଅନେକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିବା ସହ ବହୁ ସଂଖ୍ୟାରେ ଗାଡ଼ିମୋଟର ଜଳିଯାଇଥିଲା। ଏହାର ଦୁଇ ଘଣ୍ଟା ପରେ ସହରର ମାଦିନା ଅଞ୍ଚଳରେ ଦ୍ୱିତୀୟ କାର୍‌ ବିସ୍ଫୋରଣ ଘଟିଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ଆତଙ୍କବାଦୀ ସଂଗଠନ ଏଥିପାଇଁ ନିଜକୁ ଦାୟୀ କରିନଥିବା ବେଳେ ଏହା ଅଲ୍‌-କାଏଦା ସହ ସଂପୃକ୍ତ ଅଲ୍‌-ସବାବ୍‌ର କାରନାମା ବୋଲି ସୋମାଲିଆ ସରକାର ସନ୍ଦେହ କରୁଛନ୍ତି।

ସମ୍ବନ୍ଧିତ ଖବର