ନୂଆଦିଲ୍ଲୀ: ବିହାରର ବେଗୁସରାଇରେ କେତେଜଣ ସ୍କୁଲ୍ ପିଲାଙ୍କୁ ନେଇ ଯାଉଥିବା ଗୋଟାଏ କାର୍ ଆଜି ଓଲଟି ଯାଇ ବଣ୍ଟି ନଦୀରେ ପଡ଼ିଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଭଗବାନପୁର ଥାନା ଅନ୍ତର୍ଗତ ସୂର୍ଯ୍ୟପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏକ ଘରୋଇ ସ୍କୁଲ୍ର କିଛି ପିଲାଙ୍କୁ ନେଇ ଉକ୍ତ ‘ବୋଲେରୋ କାର୍’ଟି ସ୍କୁଲ୍ ଯାଉଥିଲା। କୌଣସି କାରଣରୁ ଚାଳକଙ୍କ ନିୟନ୍ତ୍ରଣରୁ ବାହାରି ଯାଇ ଗାଡ଼ିଟି ଓଲଟି ଯାଇ ନଈ ଭିତରକୁ ପଡ଼ିଗଲା।
ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ସମସ୍ତ ପିଲାଙ୍କୁ ନଈ ଭିତରୁ ଉଦ୍ଧାର କରାଯାଇଛି। ଚିକିତ୍ସା ନିମନ୍ତେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/river-banty.jpeg)