ମୁମ୍ବାଇ: ଗତରାତିରେ ମୁମ୍ବାଇର ‘ୱେଷ୍ଟର୍ଣ୍ଣ ଏକ୍‌ସପ୍ରେସ୍‌ ହାଇୱେ’ରେ ଗୋଟାଏ ସୌଖିନ କାର୍‌ରେ ନିଆଁ ଲାଗିଥିବା ବେଳେ ସେ ବାଟ ଦେଇ ଯାଉଥିବା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଜ୍ବଳନ୍ତ କାର୍‌ ଆରୋହୀଙ୍କୁ ସାହାଯ୍ୟ କରିବା ଲାଗି ଅଟକି ଯାଇଥି‌ଲେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।

Advertisment

ଜଣେ ଅଗ୍ନିଶମ କର୍ମଚାରୀ କହିଛନ୍ତି, ମୁମ୍ବାଇର ଉତ୍ତର-ଦକ୍ଷିଣକୁ ସଂଯୋଗ କରୁଥିବା ଉକ୍ତ ପ୍ରମୁଖ ରାଜପଥର ଭିଲେ ପାର୍ଲେ ଅଞ୍ଚଳରେ ଘଟିଥିବା ଉକ୍ତ ଅଘଟଣରେ କେହି ଆହତ ହୋଇ ନାହାନ୍ତି।

ରାତି ୧୨.୨୫ରେ ଅଗ୍ନିଶମ ବିଭାଗ ଖବର ପାଇବା ପରେ ତୁରନ୍ତ ଘଟଣାସ୍ଥଳକୁ ୨ଟି ଦମକଳ ପଠାଇ ନିଆଁ ଲିଭାଇ ଥିବା କଥା ମଧ୍ୟ ସେ କହିଛନ୍ତି।

publive-image Image Courtesy of Zee News

ସେହି ସମୟରେ ବିପରୀତ ରାସ୍ତାରେ ଆସୁଥିବା ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ କାର୍‌କେଡ୍‌ ଉକ୍ତ ଜଳନ୍ତା କାର୍‌ରେ ଥିବା ଯାତ୍ରୀଙ୍କୁ ସାହାଯ୍ୟ କରିବା ଲାଗି ଅଟକି ଯାଇଥିଲେ।

ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ପୋଷ୍ଟ୍‌ ହୋଇଥିବା ସେ ଘଟଣାର ଗୋଟାଏ ଭିଡିଓରେ ମୁଖ୍ୟମନ୍ତ୍ରୀ ସିନ୍ଦେ ଉକ୍ତ କାର୍‌ର ଡ୍ରାଇଭର୍‌ ସହିତ କଥାବାର୍ତ୍ତା ହେଉଥିବାର ଦୃଶ୍ୟ ରହିଛି। କଥାବର୍ତ୍ତା ବେଳେ ମୁଖ୍ୟମନ୍ତ୍ରୀ ଡ୍ରାଇଭର୍‌ଙ୍କୁ ନାଁ ପଚାରିବାରୁ ସେ ତାଙ୍କ ନାଁ ବିକ୍ରାନ୍ତ ସି‌ନ୍ଦେ।

ଜୀବନ ଅମୂଲ୍ୟ ବୋଲି କହି ତାଙ୍କୁ ଜଳନ୍ତା କାର୍‌ ପାଖକୁ ନ ଯିବା ପାଇଁ ପରାମର୍ଶ ଦେବା ସହ ସାହାଯ୍ୟ କରିବେ ବୋଲି ଘଟଣାସ୍ଥଳରୁ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସିନ୍ଦେ ପ୍ରତିଶ୍ରୁତି ଦେଇଥିଲେ।