ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ଶିଶୁ; ପାଣିରେ ବୁଡି ଯାଉଥିବା କାର ଭିତରୁ ଶିଶୁକୁ ବାହାର କରି ପୋଲ ଉପରକୁ ଫିଙ୍ଗି ଦେଲେ ଯାତ୍ରୀ: ଭିଡିଓ ଦେଖନ୍ତୁ

ନୱୋଡି: ମଧ୍ୟପ୍ରଦେଶର ନୱୋଡି ଜିଲ୍ଲାର ଓରଛା ନିକଟରେ ଏକ ଭୟାବହ ଦୁର୍ଘଟଣା ଘଟିବାରୁ ଅଳ୍ପକେ ରକ୍ଷା ପାଇଯାଇଛି। ଏକ ଅଟୋ ରିକ୍ସାକୁ ବଞ୍ଚାଇବାକୁ ଯାଇ ଏକ କାର ପୋଲ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ସୌଭାଗ୍ୟବଶତଃ କାହାରି କିଛି କ୍ଷତି ହୋଇନାହିଁ। ଦୁର୍ଘଟଣାର ସମୟର ଭିଡିଓ ସାମ୍ନାକୁ ଆସିଛି।

ଏହି ଭିଡିଓରେ ଦେଖିବାକୁ ମିଳୁଛି କି, ଗୋଟିଏ କାର୍‌ ଓ ଅଟୋ ମଧ୍ୟରେ  ଧକ୍କା ହେବା ଫଳରେ କାରଟି ଭାରସାମ୍ୟ ରକ୍ଷା କରି ନ ପାରି ପୋଲ ତଳକୁ ଖସି ପଡିଥିଲା। କାର ଭିତରେ ଥିବା ୫ ଜଣ କୌଣସି ମତେ ବାହାରକୁ ବାହାରି ଆସିଥିଲେ, ଏତିକି ବେଳେ କାର୍‌ ମଧ୍ୟରେ ଥିବା ଜଣେ ବ୍ୟକ୍ତି ଏକ ଶିଶୁକୁ କାର ଭିତରୁ ବାହାର କରି ପୋଲ ଉପରେ ଥିବା ଲୋକଙ୍କ ହାତକୁ ଫୋପାଡି ଦେଉଛନ୍ତି। କିନ୍ତୁ ଶିଶୁଟି ପୁଣି ଥରେ ପାଣି ଭିତରକୁ ଖସି ପଡିଥିଲା।

ଏହାପରେ କିଛି ଲୋକେ ପୋଲ ଉପରେ ରହିଥିବା ବେଳେ ଆଉ କିଛିଲୋକେ ପାଣି ଭିତରକୁ ଡେଇଁ ପଡ଼ି ଶିଶୁ ସମେତ ପାଣିରେ ଫସିଥିବା ୫ ଜଣଙ୍କୁ ଉଦ୍ଧାର କରିଥିଲେ ଏବଂ ଚିକିତ୍ସା ପାଇଁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି ବି କରିଥିଲେ।

ସମ୍ବନ୍ଧିତ ଖବର