ଟିଟିଭି ବିଧାୟକ ଦିନାକରନ୍‌ଙ୍କ କାର ଉପରକୁ ପେଟ୍ରୋଲ ବୋମା ମାଡ, ଦୁଇଜଣ ଗୁରୁତର

ଚେନ୍ନାଇ: ଶିଶିକଳାଙ୍କ ଭଣଜା ଓ ଅମ୍ମା ମକ୍କଲ ମୁନେତ୍ର କଡ଼ଗମ (ଏଏମ୍‌ଏମ୍‌କେ)ର ମୁଖ୍ୟ ଟିଟିଭି ବିଧାୟକ ଦିନାକରନଙ୍କ କାର ଉପରକୁ ରବିବାର ଆକସ୍ମିକ ଭାବେ ପେଟ୍ରୋଲ ବୋମା ମାଡ ହୋଇଛି। ତାମିଲନାଡୁ ରାଜଧାନୀ ଚେନ୍ନାଇ ଆର୍‌କେ ନଗର ଦିନାକରନ୍‌ଙ୍କ ଘର ସାମ୍ନାରେ ଗାଡ଼ି ଛିଡ଼ା ହୋଇଥିବା ବେଳେ ଏହି ହାମ୍‌ଲା ହୋଇଛି। ଏହି ବୋମା ମାଡରେ ଚାଳକ ଓ ତାଙ୍କ ପର୍ସନାଲ ଫଟୋଗ୍ରାଫର ଗୁୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟବଶତଃ ଏହି ପେଟ୍ରୋଲ ବୋମା ମାଡ ସମୟରେ ଦିନାକରନ୍‌ ସେଠାରେ ଉପସ୍ଥିତ ନଥିଲେ।

ଏଯାବତ୍‌ ଏହା ସ୍ପଷ୍ଟ ହୋଇପାରି ନାହିଁ କି ଏହି ହମ୍‌ଲା କିଏ ଓ କେଉଁ ଉଦ୍ଦେଶ୍ୟରେ କରିଥିଲା? ପୁଲିସ ମାମଲାର ଯାଞ୍ଚ ଆରମ୍ଭ କରି ଦେଇଛି। ଏହି ଘଟଣାକୁ ନେଇ ଦିନାକରନ୍‌ ଏଯାବତ୍‌ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, କାରକୁ ପଛପଟୁ ଲକ୍ଷ୍ୟ କରି ପେଟ୍ରୋଲ ବୋମା ଫିଙ୍ଗା ଯାଇଥିଲା। ଯାହାକି କାର ପଛ ପଟ କାଚରେ ବାଜି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା।

 

ସମ୍ବନ୍ଧିତ ଖବର