ଲସ୍ ଆଞ୍ଜେଲସ୍: ଭିଡ଼ ଭିତରକୁ ପଶିଗଲା ଅନିୟନ୍ତ୍ରିତ ଗାଡ଼ି, ୨୦ ଆହତ

ଲସ୍ ଆଞ୍ଜେଲସରେ ଶନିବାର ସକାଳେ ଏକ ଅନିୟନ୍ତ୍ରିତ ଗାଡ଼ି ହଠାତ୍ ଭିଡ଼ ଭିତରକୁ ପଶିଯିବା ଯୋଗୁଁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଘଟଣାଟି ପୂର୍ବ ହଲିଉଡର ସାଣ୍ଟା ମୋନିକା ବୁଲେଭାର୍ଡ ନିକଟରେ ହୋଇଥିଲା । 

LA

ଲସ୍ ଆଞ୍ଜେଲସ୍: ଗତକାଲି( ଶୁକ୍ରବାର) ପୁଲିସ ଟ୍ରେନିଂ ସେଣ୍ଟର ବିସ୍ଫୋରଣକୁ ନେଇ ଚର୍ଚ୍ଚାରେ ଥିବା ଆମେରିକାର ଲସ୍ ଆଞ୍ଜେଲସ୍ ସହର ଆଜି ପୁଣି ଥରେ ଚର୍ଚ୍ଚାକୁ ଆସିଯାଇଛି । ଶନିବାର ସକାଳେ ଏକ ଅନିୟନ୍ତ୍ରିତ ଗାଡ଼ି ହଠାତ୍ ଭିଡ଼ ଭିତରକୁ ପଶିଯିବା ଯୋଗୁଁ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଘଟଣାଟି ପୂର୍ବ ହଲିଉଡର ସାଣ୍ଟା ମୋନିକା ବୁଲେଭାର୍ଡ ନିକଟରେ ହୋଇଥିଲା । 

ନ୍ୟୁୟର୍କ ଟାଇମ୍ସର ଖବର ଅନୁଯାୟୀ, ଲୋକମାନେ ଏକ ନାଇଟକ୍ଲବକୁ ଯିବା ପାଇଁ ଧାଡ଼ିରେ ଛିଡ଼ା ହୋଇଥିଲେ । କିଛି ଲୋକ ଫାଷ୍ଟଫୁଡ୍ ଗାଡ଼ି ନିକଟରୁ ଖାଦ୍ୟ କିଣୁଥିଲେ । ଏହି ସମୟରେ ଗାଡ଼ିଟି ନିୟନ୍ତ୍ରଣହୀନ ହୋଇ ମାଡ଼ିଆସିଥିଲା ।  ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗ ସୂଚନା ଦେଇଛି ଯେ ଦୁର୍ଘଟଣାରେ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି।
ଘଟଣାଟି ଦୁର୍ଘଟଣା ନା ଷଡ଼ଯନ୍ତ୍ରର ଅଂଶ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଧିକାରୀମାନେ ଘଟଣାର ତଦନ୍ତ କରୁଛନ୍ତି ଏବଂ ଘଟଣାସ୍ଥଳକୁ ଘେରାଉ କରାଯାଇଛି। ପୀଡିତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ବିଭାଗ କହିଛି ଯେ ଅନେକ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe