ହନୁମାନଗଡ଼: ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାରେ ଶନିବାର ରାତିରେ ଅନ୍ଧାରରେ ଏକ କାର୍‌ ଧକ୍କା ଦେବାରୁ ଏକ ଓଟ ଘଣ୍ଟା ଘଣ୍ଟା ଧରି କାର୍‌ ଭିତରେ ଫସି ରହିଥିଲା। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣାର ଏକ ଭିଡିଓରେ ଓଟଟି ଗାଡିର ସମ୍ମୁଖ ପାର୍ଶ୍ୱରେ ଅଟକି ରହିଥିବା ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମଳିଥିଲା।

Advertisment

ପୁଲିସ ସୂଚନା ଅନୁଯାୟୀ, ହନୁମାନଗଡ଼ ଜିଲ୍ଲା ନୋହର ତହସିଲ ଅନ୍ତର୍ଗତ ଭୁକରକା ଗାଁ ନିକଟରେ ରାତି ପ୍ରାୟ ୯ଟାବେଳେ ଏହି ଦୁର୍ଘଟଣା ଘଟଥିଲା। କାର୍‌ଟି ନୋହାର ଅଭିମୁଖେ ଯାଉଥିବା ବେଳେ ଡ୍ରାଇଭର ରାସ୍ତାରେ ଏକ ବୁଲା ଓଟକୁ ଧକ୍କା ଦେଇଥିଲା, ଯାହାକୁ ସେ ଜାଣି ପାରି ନଥିଲେ। ଧକ୍କାର ଗମ୍ଭୀରତା କାରଣରୁ କାରର ସମ୍ମୁଖ କାଚ ଭାଙ୍ଗି ଯାଇଥିଲା ଏବଂ ଓଟଟି ଏହା ଭିତରେ ଫସି ଯାଇଥିଲା।

ଏହି ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହେବା ସହ ଅସ୍ଥିର ଓ ଭୟଭୀତ ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଡିସଚାର୍ଜ କରାଯିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା।
ତେବେ ଓଟଟି ଦୀର୍ଘ ସମୟ ଧରି ସେହି ଅବସ୍ଥାରେ ଫସି ରହିଥିଲା। ଦୁର୍ଘଟଣାସ୍ଥଳକୁ ଏକ କ୍ରେନ୍‌ ଡକାଯାଇ ଓଟଟିକୁ ଗାଡ଼ି ଭିତରୁ ବାହାର କରାଯିବା ପରେ ପରେ ଘଟଣାସ୍ଥଳକୁ ପ୍ରାଣୀ ଚିକିତ୍ସକଙ୍କୁ ଡାକି ଓଟଟିର ଚିକିତ୍ସା କରାଯାଇଥିଲା। ଓଟଟିକୁ ଉଦ୍ଧାର କରିବାର ଦୀର୍ଘ ପ୍ରକ୍ରିୟା ଯୋଗୁଁ ରାସ୍ତାରେ ଟ୍ରାଫିକ୍‌ ଜାମ୍‌ ହୋଇଥିଲା।