ରାୟପୁର : ଉତ୍ତରପ୍ରଦେଶର ଲଖିମପୁରରେ ଗାଡ଼ି ଚଢା ଘଟଣାକୁ ନେଇ ସମଗ୍ର ଦେଶରେ ବିବାଦ ଥମି ନଥିବାବେଳେ ଆଜି ସେହିପରି ଏକ ଘଟଣା ଘଟିଛି ଛତିଶଗଡ଼ର ଯଶପୁରରେ । ଏକ ଦ୍ରୁତଗାମୀ କାର ଦଶହରା ଶୋଭାଯାତ୍ରାରେ ଯାଉଥିବା ଲୋକମାନଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ଜଣେ ଲୋକ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୧୬ ଜଣ ଲୋକ ଆହତ ହୋଇଛନ୍ତି ବୋଲି ସ୍ଥାନୀୟ ପୁଲିସ କହିଛି ।
ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାରରେ ଥିବା ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ କରିଛି । କାରରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଥିବା ଜଣାଯାଇଛି । ଯଶପୁର ଏସପି ବିଜୟ ଅଗ୍ରଓ୍ବାଲ ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ସ୍ବୀକାର କରିବା ସହ ଆହତମାନଙ୍କୁ ସିଭିଲ ହସପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦେଇଛନ୍ତି ।
ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଉତ୍ତେଜନା ସୃଷ୍ଟି ହୋଇଛି । ଉତ୍ୟକ୍ତ ଲୋକେ ରାସ୍ତାରୋକ କରିବା ସହ କେତେକ ଗାଡ଼ିରେ ନିଆଁ ଲଗାଇଦେଇଛନ୍ତି । ଲୋକମାନଙ୍କୁ ଚଢାଇ ପଳାଇଯାଉଥିବାବେଳେ ସ୍ଥାନୀୟ ଲୋକେ କାର ଚାଳକକୁ ଧରି ପ୍ରବଳ ମାଡ଼ ଦେଇଛନ୍ତି । ଏ ସମ୍ପର୍କରେ ପୁଲିସର ତଦନ୍ତ ଜାରି ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/WhatsApp-Image-2021-10-15-at-18.02.21.jpeg)