ମିରଟ: ଟୋଲ ମାଗିବାରୁ ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଯୁବକ। ଦିଲ୍ଲୀ-ମିରଟ ଏକ୍ସପ୍ରେସୱେରେ ଘଟିଛି ଏଭଳି ଘଟଣା। ଏକ୍ସପ୍ରେସୱେରେ ଥିବା କାଶୀ ଟୋଲ ପ୍ଲାଜାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି। ଯୁକ୍ତିତର୍କ ପରେ କାଶୀ ଟୋଲ ପ୍ଲାଜାର ଜଣେ ମହିଳା କର୍ମଚାରୀଙ୍କ ଉପରେ କାର ଚାଳକ ଗାଡ଼ି ଚଢ଼ାଇ ଦେବାରୁ ଏବେ ସେ ଗୁରୁତର ଆହତ ହୋଇଛନ୍ତି। ଟୋଲ ପ୍ଲାଜା ମ୍ୟାନେଜରଙ୍କ କହିବାନୁସାରେ, କାର ଡ୍ରାଇଭରଙ୍କଠାରୁ ଟୋଲ ମାଗିବା ପରେ ଝଗଡା ଆରମ୍ଭ ହୋଇଥିଲା। ଏହା ପରେ ବ୍ୟକ୍ତିଜଣକ ସେଠାରେ ଉପସ୍ଥିତ ଥିବା ଜଣେ ମହିଳା କର୍ମଚାରୀଙ୍କ ଉପରେ କାର ଚଢ଼ାଇ ସେଠାରୁ ଚାଲିଯାଇଥିଲେ।
#WATCH | Meerut, Uttar Pradesh: At the Kashi Toll Plaza, a car coming from Delhi crashes into a woman employee of the toll plaza on being asked for the toll. The woman was heavily injured and was rushed to the hospital. (13.05)
(CCTV source: Toll Plaza) pic.twitter.com/uRjxIHTdNg
— ANI (@ANI) May 14, 2024
ସୂଚନା ମୁତାବକ, ସୋମବାର ସନ୍ଧ୍ୟାରେ କାଶୀ ଟୋଲ ପ୍ଲାଜାରେ ଏହି ଘଟଣା ଘଟିଥିଲା। କାଶୀ ଟୋଲ ପ୍ଲାଜାର ମ୍ୟାନେଜର ଅନିଲ ଶର୍ମା ନ୍ୟୁଜ୍ ଏଜେନ୍ସି ଏଏନଆଇକୁ କହିଛନ୍ତି ଯେ, "ଦିଲ୍ଲୀରୁ ଆସୁଥିବା ଏକ କାର ଚାଳକ ଆମ କର୍ମଚାରୀଙ୍କ ସହ ଅସଦାଚରଣ କରିଥିଲେ। ଯେତେବେଳେ କର୍ମଚାରୀ ତାଙ୍କୁ ଟୋଲ ମାଗିଥିଲା ସେତେବେଳେ କାର ଚାଳକ ଟୋଲ ଦେବାକୁ ମନା କରିଦେଇଥିଲେ। ଏହା ପରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯୁକ୍ତିତର୍କ ପରେ ମହିଳା କର୍ମଚାରୀ କାର୍ ଆଗକୁ ଆସିବାରୁ ଚାଳକଜଣକ ତାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଏବେ ମହିଳା କର୍ମଚାରୀଜଣକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।"