ବେଙ୍ଗାଲୁରୁ : ବେଙ୍ଗାଲୁରେ ଆଜି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଅଣାୟତ୍ତ ସ୍ଥିତି ସୃଷ୍ଟି କରିଛି। ପ୍ରବଳ ବର୍ଷା ଯୋଗୁଁ ଏକ ଅଣ୍ଡର୍‌ପାସ୍‌ରେ ଅଚାନକ ପାଣି ମାଡ଼ିଆସିବାରୁ ଏକ କାର୍‌ ବୁଡ଼ି ଯାଇ ଜଣେ ମହିଳା ସଫ୍‌ଟେୱେର ଇଂଜନିୟରଙ୍କ ମୃତ୍ୟୁ ହୋଇଛି। ଉକ୍ତ ମହିଳାଙ୍କ ନାମ ଭାନୁ ରେଖା (୨୭) ଏବଂ ସେ ଇନ୍‌ଫୋସିସ୍‌ରେ କାମ କରୁଥିଲେ। କାର୍‌ଟି ପାଣିରେ ବୁଡ଼ିଯିବା ପରେ ସେ ବାହାରି ପାରିନଥିଲେ ଏବଂ ଗାଡ଼ି ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଆଜି ସନ୍ଧ୍ୟାରେ ମୃତ ମହିଳାଙ୍କ ପରିବାରକୁ ଭେଟିବା ସହ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛନ୍ତି।