ନୂଆଦିଲ୍ଲୀ: ଗୁଳି ମାରି ହତ୍ୟା କରାଯାଇଥିବା ପୂର୍ବତନ ମଡେଲ୍‌ ଦିବ୍ୟା ପାହୁଜାଙ୍କ ଶବ ନେବା ପାଇଁ ବ୍ୟବହୃତ କରାଯାଇଥିବା ‘ବିଏମ୍‌ଡବ୍ଲୁ୍‌’ କାର୍‌ ପଞ୍ଜାବର ପଟିଆଲାରୁ ଉଦ୍ଧାର କରାଯାଇଥିବା କଥା ଗୁରୁବାର ଦିନ ପୁଲିସ କହିଛି।

Advertisment

କିନ୍ତୁ, ଏପର୍ଯ୍ୟନ୍ତ ତାଙ୍କ ଶବର ସନ୍ଧାନ ମିଳୁ ନ ଥିବା କଥା ପୁଲିସ ସୁନିଶ୍ଚିତ କରି କହିଛି।

ଦୁର୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ସନ୍ଦୀପ ଗାଡ଼ଗୋଲି ହତ୍ୟାକାଣ୍ଡ ମାମଲାରେ ପ୍ରାୟ ୭ ବର୍ଷ ହାଜତରେ କଟାଇବା ପରେ ଗୁରୁଗ୍ରାମର ସେକ୍ଟର୍‌ ୭ ଅନ୍ତର୍ଗତ ବଳଦେବ ନଗରବାସିନୀ ଦିବ୍ୟା ଆହୁଜା ଜାମିନ ପାଇ ମୁକୁଳି ଥିଲେ।

ପୁଲିସ କହିଛି, ମଙ୍ଗଳବାର ରାତିରେ ଅଭିଜିତ ସିଂହ ନାମରେ ଜଣେ ୫୬ ବର୍ଷିୟ ହୋଟେଲ୍‌ ମାଲିକ ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଜାମିନରୁ ମୁକୁଳିବା ପରଠାରୁ ଅଭିଜିତ ଦିବ୍ୟାଙ୍କୁ ବ୍ଲାକ୍‌ମେଲ୍‌ କରି ଆସୁଥିଲେ।

ପୁଲିସ ଉଦ୍ଧାର କରିଥିବା ଉକ୍ତ ବିଳାସମୟ କାର୍‌ର ‘ବୁଟ୍‌’ରେ ତାଲା ପଡ଼ିଥିଲା। ତେଣୁ, ସେଥିରେ ଦିବ୍ୟାଙ୍କର ଶବ ଅଛି କି, ନାହିଁ ପୁଲିସ ସୁନିଶ୍ଚିତ କରିନାହିଁ। ଆଗରୁ ପୁଲିସ ‌ସନ୍ଦେହ କରୁଥିଲା ଯେ, ଦିବ୍ୟାଙ୍କ ଶବକୁ ପଞ୍ଜାବର କୌଣସି ନଦୀରେ ଫିଙ୍ଗି ଦିଆଯାଇଛି।

publive-image Image Courtesy of Oneindia News

ଦିବ୍ୟାଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଜିତ ସିଂହ ଏବଂ ତାଙ୍କର କର୍ମଚାରୀ ୨୮ ବର୍ଷିୟ ହେମରାଜ ଓ ୨୩ ବର୍ଷିୟ ଓମ୍‌ ପ୍ରକାଶଙ୍କୁ ବୁଧବାର ଦିନ ପୁଲିସ ଗିରଫ କରିଥିଲା।

ଗୁରୁବାର ଦିନ ଡେପୁଟି ପୁଲିସ କମିସନର୍‌ (ଅପରାଧ) ବିଜୟ ପ୍ରତାପ ସିଂହ କହିଛନ୍ତି ଯେ, ବଳରାଜ ଗିଲ୍‌ ଓ ରବି ବାନ୍ଦ୍ରା ନାମରେ ଆଉ ୨ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି।

ସେ କହିଛନ୍ତି, ଦୁହେଁ ମୁଖ୍ୟ ସନ୍ଦିଗ୍ଧଙ୍କର ବନ୍ଧୁ। ଦିବ୍ୟାଙ୍କ ଶବ ଫିଙ୍ଗିବାରେ ସେ ସେମାନଙ୍କୁ ଡାକିଥିଲେ। ଏବେସେମାନେ ଫେରାର ‌ହୋଇଯାଇଛନ୍ତି।।