ଜୁଲାଇ ସୁଦ୍ଧା ମିଳିବ କାର୍ଡିଲାର ଜାଇକୋଭ-ଡି ଟିକା

ନୂଆଦିଲ୍ଲୀ : ଖୁବଶୀଘ୍ର ଭାରତରେ ଉପଲବ୍ଧ ହେବାକୁ ଯ଼ାଉଛି ଆଉ ଏକ ସ୍ବଦେଶୀ କୋରନା ଟିକା । ଭାରତୀୟ ଫାର୍ମାସୁଟିକାଲ କମ୍ପାନି ଜାଇଡସ କାଡିଲା ପକ୍ଷରୁ ପ୍ରସ୍ତୁତ ଟିକା ଜାଇକୋଭ-ଡି ଆଗାମୀ କିଛି ସପ୍ତାହ ମଧ୍ୟରେ ଉପଲବ୍ଧ ହେବ । ଏବେ ଏହି ଟିକାର ୩ୟ ପର୍ୟ଼୍ୟାୟ ପରୀକ୍ଷଣ ଜାରି ରହିଥିବାବେଳେ ସେଥିରୁ ଉତ୍ସାହଜନକ ଫଳାଫଳ ମିଳିଛି ।
କମ୍ପାନିର ପରିଚାଳନା ନିର୍ଦ୍ଦେଶକ ସର୍ବିଲ ପଟେଲ କହିଛନ୍ତି ଯ଼େ, ଏବେ ୩ୟ ପର୍ୟ଼୍ୟାୟ କ୍ଲିନିକାଲ ପରୀକ୍ଷଣ ଉପରେ ଫୋକସ କରାଯ଼ାଉଛି । ଏହି ପରୀକ୍ଷଣ ଶେଷ ହେବା ପରେ ତାହାର ତଥ୍ୟ ଓ ଫଳାଫଳ ଭାରତୀୟ ଔଷଧ ମହାନିୟନ୍ତ୍ରକଙ୍କ ନିକଟରେ ଜରୁରୀକାଳୀନ ବ୍ୟବହାର ପାଇଁ ଦାଖଲ କରାଯ଼ିବ । ସବୁକିଛି ଠିକଠାକ୍ ରହିଲେ ଏହାକୁ ମେ ଶେଷ ସପ୍ତାହ କିମ୍ବା ଜୁଲାଇ ପ୍ରଥମ ସପ୍ତାହ ମଧ୍ୟରେ ଟିକାକରଣ ପାଇଁ ଛଡ଼ାଯ଼ିବ ।
ଜାଇକୋଭ-ଡି ଟିକାର ବିଶେଷତ୍ବ ହେଲା ଯ଼େ ଏହା ୩ଟି ଡୋଜରେ ପ୍ରଦାନ କରାଯ଼ାଇଥାଏ । ୩ଟି ଡୋଜରେ ନେଲେ ଏହା ଦୀର୍ଘ ଦିନ ଧରି ଆଣ୍ଟିବଡ଼ି ପ୍ରଦାନ କରିଥାଏ ବୋଲି କମ୍ପାନି ଦାବି କରିଛି । କମ୍ପାନି ମାସକୁ ପ୍ରାୟ ୨ କୋଟି ଟିକା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି । ଏହି ଟିକା ଆସିଲେ ଭାରତର ଟିକା ଅଭାବ ଦୂର ହେବା ଆଶା କରାଯ଼ାଉଛି ।
ପୂର୍ବରୁ ଦେଶରେ ଭାରତ ବାୟୋଟେକ ପ୍ରସ୍ତୁତ ସ୍ବଦେଶୀ ଟିକା କୋଭାକ୍ସିନକୁ ଅନୁମତି ଦିଆଯ଼ାଇଥିଲା ଓ ଏହାକୁ ଏବେ ଟିକାକରଣ ପାଇଁ ବ୍ୟବହାର କରାଯ଼ାଉଛି ।

ସମ୍ବନ୍ଧିତ ଖବର