ଲଣ୍ଡନ ସ୍କୁଲ ଅଫ୍ ହାଇଜିନ୍ ଆଣ୍ଡ୍ ଟ୍ରପିକାଲ ମେଡିସିନର ଚାଞ୍ଚଲ୍ୟକର ତଥ୍ୟ: କିଛି ସପ୍ତାହ ପରେ ୫ ଲକ୍ଷ ଛୁଇଁପାରେ କରୋନା ଆକ୍ରାନ୍ତ ସଂଖ୍ୟା

ଲଣ୍ଡନ:  କରୋନା ଭୂତାଣୁକୁ ନେଇ ଚୀନରେ ସ୍ଥିତି ସାଂଘାତିକ । ମହାମାରୀ ଭଳି ବ୍ୟାପୁଛି କରୋନା ସଂକ୍ରମଣ । କିଛି ସପ୍ତାହ ଭିତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଛୁଇଁପାରେ । ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛି ଲଣ୍ଡନ ସ୍କୁଲ ଅଫ ହାଇଜିନ୍ ଆଣ୍ଡ ଟ୍ରପିକାଲ ମେଡିସିନ୍ । ଏଭଳି ତଥ୍ୟ ସାରା ବିଶ୍ୱକୁ ଚିନ୍ତାରେ ପକାଇଦେଇଛି । କରୋନା କିଭଳି ବ୍ୟାପୁଛି ସେ ନେଇ ଗବେଷଣା କରିବା ସମୟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଫେବ୍ରୁଆରି ଶେଷ ସୁଦ୍ଧା ଉହାନର ୫ ଲକ୍ଷ ଲୋକଙ୍କୁ ଏହି ଭୂତାଣୁର ସଂକ୍ରମଣ ହୋଇପାରେ ବୋଲି ଗବେଷଣାରୁ ଜଣାପଡିଛି ।

AlZajeera

ସେପଟେ ସରକାରୀ ଭାବେ ଚୀନରେ ମୃତ୍ୟୁ ସଂଖ୍ୟା ଟପିଲାଣି ୯୦୦ । ଆକ୍ରାନ୍ତ ସଂଖ୍ୟା ୪୦ ହଜାର । ହେଲେ ଚୀନର କରୋନାକୁ ନେଇ ବିଦେଶରେ ଉଡୁଛି ମୃତ୍ୟୁକୁ ନେଇ ନୂଆ ତଥ୍ୟ ଏହି ତଥ୍ୟକୁ ରଖୁଛନ୍ତି  ଜଣେ ଚୀନ ନାଗରିକ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଗୁଓ ୱେଙ୍ଗୁଇ । ଚୀନର ଏହି କୋଟିପତି ବ୍ୟବସାୟୀ ଆମେରିକାରେ ଆଶ୍ରୟ ନେଇଛନ୍ତି । ସେଠାରୁ ଥାଇ ସେ କରୋନାକୁ ନେଇ ବିଦେଶୀ ଗଣମାଧ୍ୟମରେ ଚୀନର ପୋଲ୍ ଖୋଲିଛନ୍ତି । ସେ ଦେଇଥିବା ତଥ୍ୟ ଅନୁସାରେ ବର୍ତମାନ ସୁଦ୍ଧା କରୋନାରେ ଚୀନରେ ମୃତ୍ୟୁ ସଂଖ୍ୟା ପ୍ରାୟ ୫୦ ହଜାର ଛୁଇଁଛି। ତେଣେ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ ଲକ୍ଷ ରହିଛି । ହେଲେ ଚୀନ ସରକାର ସତ ଲୁଚାଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ଏଠାରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ସେ ଏପରି ତାଜୁବ କଲା ପରି ରିପୋର୍ଟ ପାଇଲେ କେଉଁଠାରୁ । ଏନେଇ ବି ବିଦେଶୀ ଗଣମାଧ୍ୟମରେ ଭରସାଯୋଗ୍ୟ ତଥ୍ୟ ରଖିଛନ୍ତି ।

ସୂଚନା ଅନୁସାରେ, ଚୀନର ଉହାନ ସହରରେ ରହିଛି ୪୯ଟି ଶବାଗାର । ଯେଉଁଠି ଗତ ୧୭ ଦିନ ଧରି  ସରକାରୀ କର୍ମଚାରୀ ଦିନ ରାତି ୨୪ ଘଣ୍ଟା ଧରି ଶବ ପୋଡି ଚାଲିଛନ୍ତି । ସେହି ଠାରୁ ମିଳିଥିବା ତଥ୍ୟ ଅନୁସାରେ ଦୈନିକ ୧୨ ଶହ ଶବ ପୋଡାଯାଉଛି । ଏହା ହେଉଛି କେବଳ ଗୋଟିଏ ସହରର ତଥ୍ୟ । ଏହି ଅନୁସାରେ ବର୍ତମାନ ସୁଦ୍ଧା କରୋନାରେ ମୃତ୍ୟୁ ସଂଖ୍ୟା ୫୦ ହଜାର ହୋଇଯିବ ବୋଲି ସେ ସୂଚନା ଦେଇଛନ୍ତି । ଏହା ସହିତ ଉହାନ ସହରର ଏପରି ସ୍ଥିତି ଦେଖି ସେ ଦୁଃଖିତ ବୋଲି ମଧ୍ୟ କହିଛନ୍ତି । ତେବେ ଆମେରିକାରେ ଆଶ୍ରୟ ନେଇଥିବା ଏହି ଚୀନ୍ କୋଟିପତି ବ୍ୟବସାୟୀଙ୍କ ରିପୋର୍ଟ ଯଦି ସତ ହୁଏ, ତେବେ ସାରା ବିଶ୍ୱକୁ କରୋନାର ଭୟବହତା ଚୀନ୍ ଲୁଚାଉଛି  ବୋଲି ସ୍ପଷ୍ଟ ହେବ।

ସମ୍ବନ୍ଧିତ ଖବର