ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଦିଗରେ ସୋମବାର ଭାରତୀୟ ନୌସେନା ଏକ ଐତିହାସିକ ମାଇଲଖୁଣ୍ଟ ହାସଲ କରିଛି। ନୌସେନାର ପାଇଲଟମାନେ ବିମାନବାହୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତରେ ହାଲୁକା ଯୁଦ୍ଧ ବିମାନ ଏଲସିଏ ବା ତେଜସର ନାଭାଲ ଭାରିଆଣ୍ଟକୁ ସଫଳତାର ସହ ଅବତରଣ କରାଇଛନ୍ତି ।
ଗତ ବର୍ଷ ସେପ୍ଟେମ୍ବର ୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ପ୍ରଥମ ସ୍ୱଦେଶୀ ବିମାନବାହୀ ଯୁଦ୍ଧପୋତକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ସାମୁଦ୍ରିକ ପରୀକ୍ଷଣର ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟକୁ ସଫଳତାର ସହ ସମାପ୍ତ କରିବା ପରେ ଜୁଲାଇ ୨୮ରେ ଭାରତୀୟ ନୌସେନା ଦ୍ୱାରା କୋଚିନ ସିପୟାର୍ଡଠାରୁ ଏହି ଯୁଦ୍ଧପୋତକୁ ଗ୍ରହଣ କରାଯାଇଥିଲା ।
/sambad/media/post_attachments/wp-content/uploads/2023/02/FoReIl3XgAEA0UN.jpg)
ବିମାନ ବାହକ ପାଇଁ ଯୁଦ୍ଧ ବିମାନ ଅଣାଯାଇଛି। ଏହା ମିଗ୍ -୨୯କେ ଯୁଦ୍ଧ ବିମାନ, କାମୋଭ-୩୧ ହେଲିକପ୍ଟର ଏବଂ ଏମଏଚ-୬୦ଆର ମଲ୍ଟି-ରୋଲ ହେଲିକପ୍ଟର ଚଳାଇବାକୁ ପ୍ରସ୍ତୁତ ।
'ବିକ୍ରାନ୍ତ' ଯୋଗାଣ ସହିତ ଭାରତ ବିଶ୍ବର କିଛି ବଛା ବଛା ଦେଶ ଗୋଷ୍ଠୀରେ ଯୋଗ ଦେଇଛି ଯେଉଁମାନଙ୍କର ଏକ ସ୍ୱଦେଶୀ ବିମାନ ବାହକ ଡିଜାଇନ୍ ଏବଂ ନିର୍ମାଣ କରିବାର କ୍ଷମତା ରହିଛି । ଭାରତୀୟ ନୌସେନା ଅଧିନସ୍ଥ ନୌସେନା ଡିଜାଇନ୍ ନିର୍ଦ୍ଦେଶାଳୟ (ଡିଏନଡି) ଦ୍ୱାରା ପରିକଳ୍ପିତ ଏହି ବିମାନ ବାହକ ରାଷ୍ଟ୍ରାୟତ୍ତ କମ୍ପାନୀ ସିଏସଏଲ ଦ୍ୱାରା ନିର୍ମିତ ହୋଇଥିଲା ।
ଆଇଏନଏସ ବିକ୍ରାନ୍ତକୁ ଭାରତର ଏକ ପୁରୁଣା ବିମାନବାହୀ ଯୁଦ୍ଧପୋତ ଆଇଏନଏସ ବିକ୍ରାନ୍ତ ନାଁରେ ନାମିତ କରାଯାଇଛି । ଏହା ୧୯୭୧ ବାଂଲାଦେଶ ଯୁଦ୍ଧରେ ଭାରତର ବିଜୟ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/FoReG5MXEAAp4_q.jpg)