ନୂଆଦିଲ୍ଲୀ: ଦରକାର ପଡ଼ିଲେ ଜରୁରୀ ପରିସ୍ଥିତିରେ ଜୀବନ ରକ୍ଷାକାରୀ ଗ୍ୟାସ୍ ଅକ୍ସିଜେନ୍ ଶ୍ୱାସପ୍ରଶ୍ୱାସ ସମସ୍ୟା ଭୋଗୁଥିବା ଯାତ୍ରୀଙ୍କୁ ଯୋଗାଇ ଦିଆଯିବ। ତେଣୁ ସବୁ ରେଳଗାଡ଼ିରେ ଅକ୍ସିଜେନ୍ ସିଲିଣ୍ଡର୍ ରଖିବା ବାଧ୍ୟତାମୂଳକ ବୋଲି ରେଳବାଇକୁ କହିଛନ୍ତି ଉଚ୍ଚତମ ନ୍ୟାୟାଳୟ।
ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଏ ଏମ ଖାନ୍ଓ୍ଵିଲ୍କର ଏବଂ ଡି ଓ୍ଵାଇ ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ମଧ୍ୟ ରେଳବାଇକୁ ନିର୍ଦେଶ ଦେଇ କହିଛନ୍ତି ଯେ ଚଳନ୍ତା ରେଳରେ ଦୈବାତ୍ ଅସୁସ୍ଥ ହୋଇ ପଡୁଥିବା ଯାତ୍ରୀଙ୍କୁ ଚିକିତ୍ସା ଯୋଗାଇବା ନିମନ୍ତେ ସେମାନେ ଏମ୍ସ୍ ଡାକ୍ତରଙ୍କ ସହାୟତା ନିଅନ୍ତୁ।
Photo Courtesy of India.comରେଳବାଇ ସବୁ ଟ୍ରେନ୍ରେ ଅକ୍ସିଜେନ୍ ସିଲିଣ୍ଡର୍ ରଖିବ। ଫଳତଃ, ଶ୍ୱାସପ୍ରଶ୍ୱାସ ଜନିତ ସମସ୍ୟା ଭୋଗୁଥିବା କୌଣସି ବ୍ୟକ୍ତି ଯଦି ଅସୁସ୍ଥ ହୋଇ ପଡ଼ନ୍ତି ତାଙ୍କୁ ତୁରନ୍ତ ସହାୟତା ଦିଆଯିବ। ଯଦି କୌଣସି ଯାତ୍ରୀଙ୍କର ସାଥି ଟିକେଟ୍ କଲେକ୍ଟର୍ଙ୍କ ନିକଟରେ ଅଭିଯୋଗ କରିନ୍ତି କି, ତାଙ୍କ ସହଯାତ୍ରୀଙ୍କର କୌଣସି ଡାକ୍ତରୀ ଅସୁବିଧା ଅଛି ଏବଂ ସେ ତୁରନ୍ତ ଚିକିତ୍ସା ଆବଶ୍ୟକ କରୁଛନ୍ତି, ତେବେ ସମ୍ପୃକ୍ତ ଅଧିକାରୀଙ୍କର କର୍ତ୍ତବ୍ୟ ହେଲା ପରବର୍ତ୍ତୀ ରେଳ ଷ୍ଟେସନ୍କୁ ଜଣାଇବା। ତାହା ହେଲେ ଡାକ୍ତରଖାନା ଥିବା ପରବର୍ତ୍ତୀ ଷ୍ଟେସନ୍ରେ ତାଙ୍କୁ ଆବଶ୍ୟକ ମୁତାବକ ଡାକ୍ତରୀ ସହାୟତା ଯୋଗାଇ ଦିଆଯାଇ ପାରିବ ବୋଲି ଖଣ୍ଡପୀଠ କହିଛନ୍ତି।
ଦୀର୍ଘ ଯାତ୍ରାରେ ଯାଉଥିବା ଟ୍ରେନ୍ରେ ଡାକ୍ତରୀ ଚିକିତ୍ସା ଆବଶ୍ୟକ କରୁଥିବା ଯାତ୍ରୀଙ୍କ ସହାୟତା ପାଇଁ ଜଣେ ମେଡିକାଲ୍ ଅଫିସର୍, ଜଣେ ନର୍ସ ଏବଂ ଜଣେ ଆଟେଣ୍ଡାଣ୍ଟ୍କୁ ନେଇ ଏକ ଟିମ୍ ଯୋଗାଇ ଦେବା ନିମନ୍ତେ ରାଜସ୍ଥାନ ହାଇକୋର୍ଟ ଦେଇଥିବା ଏକ ରାୟକୁ ଚାଲେଞ୍ଜ୍ କରି କେନ୍ଦ୍ର ସରକାରଙ୍କର ଏକ ଆବେଦନ ଉପରେ ଅଦାଲତ୍ ଏହି ଆଦେଶ ଦେଇଛନ୍ତି।
Photo Courtesy of India Rail Infoସରକାର ଦର୍ଶାଇଥିଲେ କି, ଟ୍ରେନ୍ରେ ଡାକ୍ତର ମୁତନୟନ କରିବା ବାସ୍ତବତା ନୁହେଁ କି, ଅସୁସ୍ଥ ଯାତ୍ରୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଯନ୍ତ୍ରପାତି ବସାଇବା ସମ୍ଭବପର ନୁହେଁ। ଚଳନ୍ତା ରେଳରେ ଡାକ୍ତରୀ ଚିକିତ୍ସା ଯୋଗାଇ ଦେବାକୁ ଏକ ପାଇଲଟ୍ ପ୍ରୋଜେକ୍ଟ କରାଯାଇଥିଲା କିନ୍ତୁ, ତାହା ସଫଳ ହେଲା ନାହିଁ ବୋଲି ସରକାର କହିଥିଲେ।
ପାଇଲଟ୍ ପ୍ରୋଜେକ୍ଟ୍ ସମୟରେ ଦେଖା ଯାଇଥିଲା କି, ଚଳନ୍ତା ରେଳ ଗାଡ଼ିରେ ସାଙ୍ଘାତିକ ଅସୁସ୍ଥ ରୋଗୀମାନଙ୍କର ଚିକିତ୍ସା କରାଯାଇ ପାରିଲା ନାହିଁ। ସେମାନଙ୍କୁ ଟ୍ରେନ୍ରୁ ଓହ୍ଲାଇ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଗଲା। କାରଣ, ଧକଡ଼ଚକଡ଼ ଏବଂ ଶବ୍ଦ ଯୋଗୁଁ ଇସିଜି ଆଦି ଡକ୍ତରୀ ଉପରଣ ଟ୍ରେନ୍ରେ ଠିକ୍ ଭାବରେ କାର୍ଯ୍ୟ କଲା ନାହିଁ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ ବରିଷ୍ଠ ଆଡ୍ଭୋକେଟ୍ ଅଜିତ ସିହ୍ନା ଖଣ୍ଡପୀଠଙ୍କୁ କହିଥିଲେ।
Photo Courtesy of India Rail Infoଉଚ୍ଚତମ ନ୍ୟାୟାଳୟଙ୍କୁ ସିହ୍ନା ସୂଚନା ଦେଇଥିଲେ ଯେ ଜଣେ ଡକ୍ତରଙ୍କ ସହ ରେଳବାଇ କେତେକ ଷ୍ଟେସନ୍ରେ ଛୋଟିଆ ଔଷଧ ଦୋକାନ ବସାଇଥିଲା କିନ୍ତୁ, ଅସଫଳ ହେବାରୁ ତାହାକୁ ପ୍ରତ୍ୟାହାର କରି ନିଆଗଲା।
ତାଙ୍କର ବକ୍ତବ୍ୟ ରେକର୍ଡ କରିବା ପରେ ଖଣ୍ଡପୀଠ କହିଲେ ଯେ ଚଳନ୍ତା ରେଳରେ ଯାତ୍ରୀମାନଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦେବା ନିମନ୍ତେ ଅଧିକ ପଦକ୍ଷେପ ନେବା ଆବଶ୍ୟକ। ଏ ସଂକ୍ରାନ୍ତରେ ଏମ୍ସ୍ର ବରିଷ୍ଠ ଡାକ୍ତରଙ୍କ ସହଯୋଗ ନେବା ନିମନ୍ତେ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/56772993.jpg)