ଲକ୍ଷ୍ନୌ: ଉତ୍ତରପ୍ରଦେଶରେ କରୋନା ସ୍ଥିତି ବିଗୁଡ଼ୁଛି। ଉତ୍ତରପ୍ରଦେଶରେ ଦିନକରେ ୨୦,୫୧୦ ନୂଆ ମାମଲା ଚିହ୍ନଟ ହୋଇଛି। ରାଜ୍ୟରେ ପ୍ରଥମ ଥର ପାଇଁ ଦୈନିକ ସଂକ୍ରମଣ ୨୦ ହଜାର ଟପିଯାଇଛି। ସଂକ୍ରମଣ ବଢ଼ିବାରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ପାଇଁ ବିଚାରବିମର୍ଶ କରିବାକୁ ଆହ୍ଲାବାଦ ହାଇକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ କହିଛନ୍ତି।
ଯେଉଁ ସବୁ ସ୍ଥାନମାନଙ୍କରେ ମାତ୍ରାଧିକ ସଂକ୍ରମଣ ମାମଲା ରହିଛି ସେଠାରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ କରିବା ପାଇଁ କୋର୍ଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ହଠାତ୍ ସଂକ୍ରମଣ ବଢ଼ିଯିବାରୁ ରାଜ୍ୟ ସରକାର ଗତ ମାସରେ ନିର୍ଦ୍ଦେଶାବଳି ଜାରି କରିଥିଲେ। ଏଥିସହିତ ସରକାର କରୋନା ସଂକମ୍ରଣକୁ ନେଇ ପୂରା ପ୍ରସ୍ତୁତି କରୁଥିବା କହୁଥିବା ବେଳେ ଅବହେଳାର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି।
/sambad/media/post_attachments/0364b89ca9856ca050b1d3c8c263d90472922c68cc2c1d86b592545bea1630b0.jpg)
ଲକ୍ଷ୍ମୌର ଆଲିଗଞ୍ଜରେ ରହୁଥିବା ୭୦ବର୍ଷୀୟ ସୁଶୀଲ କୁମାର ଶ୍ରୀବାସ୍ତବ ପୂର୍ବରୁ ଡାଇବେଟିସ ଓ ରକ୍ତଚାପରେ ପୀଡିତ ଥିଲେ। ଗତ ବୁଧବାର ତାଙ୍କୁ ନିଶ୍ବାସ ନେବାରେ ଅସୁବିଧା ହୋଇଥିଲା। ଏହାପରେ ତାଙ୍କୁ ତୁରନ୍ତ ତାଙ୍କୁ ସ୍ଥାନୀୟ ବିବେକାନନ୍ଦ ହସ୍ପିଟାଲ ଅଣାଯାଇଥିଲା। ଏଠାରେ ତାଙ୍କର ନିୟମିତ ଚିକିତ୍ସା ହେଉଥିଲା। କିନ୍ତୁ ଡାକ୍ତର କୋଭିଡ-୧୯ ପରୀକ୍ଷା ବିନା ତାଙ୍କୁ ଦେଖିବାକୁ ମନା କରି ଦେଇଥିଲେ। ଏହି ସମୟରେ ସୁଶୀଲ କୁମାର ଶ୍ରୀବାସ୍ତବଙ୍କ ଅକ୍ସିଜେନସ୍ତର କମି ଯାଇଥିଲା। ଏହା ସତ୍ତ୍ବେ ଡାକ୍ତର ତାଙ୍କ ଚିକିତ୍ସା କରିବା ପାଇଁ ମନା କରି ଦେଇଥିଲେ। ସଙ୍ଗେସଙ୍ଗେ ପରିବାର ଲୋକେ ଏକ ଅକ୍ସିଜେନ ସିଲିଣ୍ଡର ବ୍ୟବସ୍ଥା କରିଥିଲେ। ଏହାପରେ ତାଙ୍କୁ ଟ୍ରୁନାଟ କୋଭିଡ ପରୀକ୍ଷା କରାଇଥିଲେ। ଏଥିରେ ତାଙ୍କ ରିପୋର୍ଟ ପିଜିଟିଭ ଆସିଥିଲା।
/sambad/media/post_attachments/66a46eb4e838b25757d5535d1831959a026bf377bc8878e381cf0333566cf6c7.jpg)
ପରିବାରଲୋକେ ସୁଶୀଲ କୁମାର ଶ୍ରୀବାସ୍ତବଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଡାକ୍ତରଙ୍କୁ ବହୁତ ଅନୁରୋଧ କରିଥିଲେ। ଦିନସାରା ଗାଡ଼ିରେ ଅକ୍ସିଜେନ ସିଲିଣ୍ଡର ଧରି ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲ ବୁଲିବା ପରେ ଡାକ୍ତର ବେହ୍ ନଥିବା କହି ଫେରାଇ ଦେଇଥିଲେ। ଶେଷରେ ଶ୍ରୀବାସ୍ତବଙ୍କ ପୁଅ ଆଶିଷ ଶ୍ରୀବାସ୍ତ ନିରାଶ ହୋଇ ବାପାଙ୍କୁ ଧରି ଘରକୁ ଫେରି ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Untitled-1-copy-13.jpg)