ରାମ ମନ୍ଦିର ଟ୍ରଷ୍ଟ୍‌ ନାଁରେ ଜମି ଦୁର୍ନୀତି ଆଣିଥିବା ସାମ୍ବାଦିକଙ୍କ ବିରୋଧରେ ମାମଲା

ଲକ୍ଷ୍ନୌ : ଅଯୋଧ୍ୟା ସ୍ଥିତ ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟଙ୍କ ବିରୋଧରେ ନିକଟରେ ବିବାଦୀୟ ଜମି ଦୁର୍ନୀତି ଅଭିଯୋଗ ଆଣିଥିବା ସାମ୍ବାଦିକଙ୍କ ନାଁରେ ପୁଲିସ ମାମଲା ରୁଜୁ କରିଥିବା ଜଣାଯାଇଛି। ବିଶ୍ବ ହିନ୍ଦୁ ପରିଷଦ ନେତା ତଥା ରାମ ମନ୍ଦିର ଟ୍ରଷ୍ଟ୍‌ର ସମ୍ପାଦକ ଚମ୍ପତ ରାଇଙ୍କ ଭାଇ ସଞ୍ଜୟ ବଂଶଲ୍‌ଙ୍କ ଅଭିଯୋଗ କ୍ରମେ ଉତ୍ତରପ୍ରଦେଶ ପୁଲିସ ସଂପୃକ୍ତ ସାମ୍ବାଦିକ ଏବଂ ଅନ୍ୟ ଦୁଇ ଜଣଙ୍କ ନାମରେ ୧୮ଟି ମାମଲା ରୁଜୁ କରିଛି।

ସାମ୍ବାଦିକ ବିନୀତ ନାରାୟଣ ଏପରି ଚମ୍ପତ ରାୟଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣି ତାଙ୍କ ସମ୍ମାନରେ ହାନି ପହଞ୍ଚାଇବା ସହ କୋଟି କୋଟି ହିନ୍ଦୁଙ୍କ ଭାବନାକୁ ମଧ୍ୟ କଳୁଷିତ କରିବାକୁ ଚେଷ୍ଟା କରିଛନ୍ତି ବୋଲି ତାଙ୍କ ବିରୋଧରେ ରୁଜୁ ମାମଲାରେ ଦର୍ଶାଯାଇଛି। ଅପରପକ୍ଷେ, ଶ୍ରୀ ବିନୀତ ନାରାୟଣ କରିଥିବା ଅଭିଯୋଗର ପ୍ରାଥମିକ ତଦନ୍ତରୁ ବିଜନୋର ପୁଲିସ ଚମ୍ପତ ରାଇ ଓ ତାଙ୍କ ଭାଇକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛି। ସୂଚନା ଥାଉ କି, ଚମ୍ପତ ରାଇଙ୍କ ଜନ୍ମ ସହର ବିଜନୋରରେ ଏକ ୨୦ ହଜାର ପରିମିତ ଗୋଶାଳା ଜମିକୁ ଶ୍ରୀ ରାଇ ତାଙ୍କ ଭାଇଙ୍କ ନାମରେ ହଡ଼ପ କରିବାକୁ ମସୁଧା କରିଥିଲେ ବୋଲି ସାମ୍ବାଦିକ ବିନୀତ ନିଜ ଫେସବୁକ୍‌ ପୋଷ୍ଟ୍‌ରେ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର