ବାବୁଲ୍‌ ସୁପ୍ରିୟୋଙ୍କ ବିରୋଧରେ ଏତଲା

କୋଲକାତା: କେନ୍ଦ୍ର ମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋ ପୁଣି ବିବାଦରେ ଫସିଛନ୍ତି। ବାବୁଲ୍‌ ଗତକାଲି ତାଙ୍କ ଆସାନସୋଲ୍‌ ନିର୍ବାଚନ ମଣ୍ଡଳୀରେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଜଣେ ବ୍ୟକ୍ତିଙ୍କ ଗୋଡ଼ ଭାଙ୍ଗିଦେବେ ବୋଲି ଧମକ ଦେଇଥିଲେ। ଧମକ ଦେବା ଘଟଣାର ଭିଡିଓ ରେକର୍ଡିଂ ହୋଇଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି। ତାଙ୍କ ବିରୋଧରେ ବର୍ନପୁର ଥାନା ଏବଂ ଆସାନସୋଲ୍‌ ଦକ୍ଷିଣ ଥାନାରେ ଦୁଇଟି ଏତଲା ରୁଜୁ ହୋଇଛି। ବାବୁଲ୍‌ ଭାଷଣ ଦେଉଥିବା ସମୟରେ ଜଣେ ବ୍ୟକ୍ତି ଅଡିଟୋରିୟମ୍‌ ଭିତରେ ବୁଲୁଥିଲେ। ଏହି ସମୟରେ ବାବୁଲ୍‌ ରାଗିଯାଇ ଏଭଳି ମନ୍ତବ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର