ନୂଆଦିଲ୍ଲୀ : ବିନା ଅନୁମତିରେ ବିଜେପି ସାଂସଦ ତେଜସ୍ବୀ ସୂର୍ଯ୍ୟ ହାଇଦ୍ରାବାଦର ଓସ୍‌ମାନିଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରିଥିବାରୁ ତାଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି। ବିଶ୍ବବିଦ୍ୟାଳୟ କ୍ୟାମ୍ପସ ମଧ୍ୟକୁ ଏଭଳି ଅନଧିକାର ପ୍ରବେଶ କରିଥିବାରୁ ତେଜସ୍ବୀ ସୂର୍ଯ୍ୟଙ୍କ ବିରୋଧରେ ଓସ୍‌ମାନିଆ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏଫ୍‌ଆଇଆର ଦେଇଛନ୍ତି ବୋଲି ତେଲେଙ୍ଗାନା ପୁଲିସ ମୁଖ୍ୟ ମହେନ୍ଦ୍ର ରେଡ୍ଡୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ବିଜେପି ସାଂସଦ ହାଇଦ୍ରାବାଦ ପୌର ନିଗମ ନିର୍ବାଚନ ପ୍ରଚାରରେ ଆସିଥିବା ବେଳେ ଓସ୍‌ମାନିଆ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ମଧ୍ୟକୁ ଯାଇଥିଲେ।