ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା, ପାକିସ୍ତାନୀ ଗାୟିକାଙ୍କ ବିରୋଧରେ ଗିରଫ ପରୱାନା

ଲାହୋର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବା ପାକିସ୍ତାନୀ ଗାୟିକା ରବି ପିର୍‌ଜାଦାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ଲାହୋର କୋର୍ଟ ତାଙ୍କ ବିରୋଧରେ ଗିରଫ ପରୱାନା କରିଛନ୍ତି। ପିର୍‌ଜାଦା ବେଆଇନ ଭା‌ବେ ନିଜ ପାଖରେ ବନ୍ୟପ୍ରାଣୀ ରଖିଥିବାରୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ଗାୟିକା ତାଙ୍କ ପାଖରେ ୪ଟି ଅଜଗର ଏବଂ ଅନ୍ୟାନ୍ୟ ବନ୍ୟପ୍ରାଣୀ ନିଜ ଘରେ ରଖିଛନ୍ତି। ଏହି ଗାୟିକା ଜଣଙ୍କ ଚଳିତ ମାସ ପ୍ରାରମ୍ଭରେ ଅଜଗର ସାପଙ୍କ ସହ ଖେଳୁଥିବା ସମୟରେ ମୋଦୀଙ୍କୁ ହତ୍ୟା ଧମକ ଦେଇ ଏକ ଭିଡିଓ ସୋ‌ସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଥିଲେ। ସେ କହିଥିଲେ- ‘ମୋଦୀ ତୁମେ କଶ୍ମୀର ବାସିନ୍ଦାଙ୍କୁ ନିର୍ଯ‌ାତନା ଦେଉଛ, ତେଣୁ ଦେଖ ମୁଁ ତୁମ ପାଇଁ କ’ଣ ପ୍ରସ୍ତୁତ କରି ରଖିଛି। ତୁମେ ନର୍କରେ ମରିବାପାଇଁ ପ୍ରସ୍ତୁତ ହୋଇଯାଅ। ’

ସମ୍ବନ୍ଧିତ ଖବର