ନୂଆଦିଲ୍ଲୀ: ପତଞ୍ଜଳି ଦ୍ବାରା ‘କରୋନିଲ୍’ ନାମ ବ୍ୟବହାରକୁ ଚ୍ୟାଲେଂଜ କରି ଚେନ୍ନାଇର ଏକ କମ୍ପାନି ଦ୍ବାରା ସୁପ୍ରିମକୋର୍ଟରେ କରାଯାଇଥିବା ଆବେଦନକୁ ଆଜି ଅଦାଲତ ଖାରଜ କରିଦେଇଛନ୍ତି। କରୋନିଲ୍ ନାମ ବ୍ୟବହାରକୁ ବିରୋଧ କରିବା ସହ ଏହି ନାମ ଉପରେ ନିଜସ୍ବ ଅଧିକାର ଜାହିର କରି ଚେନ୍ନାଇର କମ୍ପାନି ଅରୁଦ୍ରା ଇଂଜିନିୟରିଂ ଲିମିଟେଡ୍ ପକ୍ଷରୁ ଆବେଦନ ଦାଖଲ କରାଯାଇଥିଲା। କମ୍ପାନି ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା ଯେ, ୧୯୯୩ ମସିହାରୁ ଏହା ପାଖରେ ‘କରୋନିଲ୍ ଟ୍ରେଡ୍ମାର୍କ’ ରହିଛି। ତେଣୁ ପତଞ୍ଜଳି ଏହି ନାମକୁ ବ୍ୟବହାର କରିବା ବେଆଇନ ବୋଲି ଯୁକ୍ତି ଦର୍ଶାଯାଇଥିଲା। ତେବେ ଏହି ମାମଲାକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି ଏବଂ ଶୁଣାଣି ପାଇଁ ମନା କରିଛନ୍ତି। ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ୍ରେ ମଧ୍ୟ ମାମଲାର ଶୁଣାଣି ହୋଇଥିଲା ଏବଂ ଜଣିକିଆ ଖଣ୍ଡପୀଠ ପତଞ୍ଜଳି ବିରୋଧରେ ୧୦ ଲକ୍ଷ ଟଙ୍କାର ଜରିମାନା ଦଣ୍ଡ ସହିତ କରୋନିଲ୍ ନାମ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ମାଡ୍ରାସ୍ ହାଇକୋର୍ଟର ୨ ଜଣିଆ ଖଣ୍ଡପୀଠ ଏହି ରାୟ ଉପରେ ରୋକ୍ ଲଗାଇଥିଲେ। ପରେ ମାମଲା ସୁପ୍ରିମକୋର୍ଟ ଯାଇଥିଲା ।
ପତଞ୍ଜଳିର ‘କରୋନିଲ୍’ ବିରୋଧରେ ଆବେଦନ ସୁପ୍ରିମକୋର୍ଟରେ ଖାରଜ
/sambad/media/post_attachments/wp-content/uploads/2020/06/patanjali-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)