ନୂଆଦିଲ୍ଲୀ: ସଂସଦରେ ଠେଲାପେଲା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଅଡ଼ୁଆରେ ପଡ଼ିଥିବାବେଳେ ଏବେ ତାଙ୍କ ଭଉଣୀ ତଥା ୱାୟନାଡ ଲୋକସଭା ସାଂସଦ ଓ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭାଡ୍ରା ମଧ୍ୟ ଅଡ଼ୁଆରେ ପଡ଼ିଯାଇଛନ୍ତି ।
ପ୍ରିୟଙ୍କାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି ବିଜେପି ନେତ୍ରୀ ନବ୍ୟା ହରିଦାସ । ଶୁକ୍ରବାର ଦାଖଲ ହୋଇଥିବା ପିଟିସନରେ ହରିଦାସ ଦାବି କରିଛନ୍ତି ଯେ ପ୍ରିୟଙ୍କା ନାମାଙ୍କନ ପତ୍ରରେ ତାଙ୍କର ଏବଂ ତାଙ୍କ ପରିବାରର ସମ୍ପତ୍ତି ସଠିକ୍ ଭାବରେ ପ୍ରକାଶ କରିନାହାଁନ୍ତି ଏବଂ ମିଥ୍ୟା ସୂଚନା ଦେଇଛନ୍ତି। ଏହା ଆଦର୍ଶ ଆଚରଣ ବିଧିର ବିରୋଧୀ ଏବଂ ଏକ ଦୁର୍ନୀତି ସହ ସମାନ ବୋଲି ବିଜେପି ନେତା କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ବିଜେପି ନେତାଙ୍କ ଏହି ପଦକ୍ଷେପ ପରେ ପ୍ରିୟଙ୍କା ଗାନ୍ଧି ତାଙ୍କ ସାଂସଦ ପଦ ହରାଇବେ କି?
ପ୍ରିୟଙ୍କାଙ୍କ ନିର୍ବାଚନକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି ବିଜେପି ନେତ୍ରୀ ନବ୍ୟା ହରିଦାସ । ଶୁକ୍ରବାର ଦାଖଲ ହୋଇଥିବା ପିଟିସନରେ ହରିଦାସ ଦାବି କରିଛନ୍ତି ଯେ ପ୍ରିୟଙ୍କା ନାମାଙ୍କନ ପତ୍ରରେ ତାଙ୍କର ଏବଂ ତାଙ୍କ ପରିବାରର ସମ୍ପତ୍ତି ସଠିକ୍ ଭାବରେ ପ୍ରକାଶ କରିନାହାଁନ୍ତି ଏବଂ ମିଥ୍ୟା ସୂଚନା ଦେଇଛନ୍ତି।
କେରଳର ୱାୟନାଡ ଲୋକସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ନବ୍ୟା ହରିଦାସ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଠାରୁ ୫ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଡିସେମ୍ବର ୨୩ରୁ ଜାନୁଆରୀ ୫ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟିରେ ଥିବାରୁ ଜାନୁଆରିରେ ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି ବୋଲି ନବ ହରିଦାସ କହିଛନ୍ତି।