ରାହୁଲ, ସୁର୍ଜେଓ୍ଵାଲାଙ୍କ ବିରୋଧରେ ମାନହାନି ମାମଲା

ଅହମ୍ମଦାବାଦ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ଦଳୀୟ ନେତା ରଣଦୀପ ସିଂହ ସୁର୍ଜେଓ୍ଵାଲାଙ୍କ ବିରୋଧରେ ଅହମ୍ମଦାବାଦ ଜିଲ୍ଲା ସମବାୟ ବ୍ୟାଙ୍କ (ଏଡିସିବି) ପକ୍ଷରୁ ମାନହାନି ମକଦ୍ଦମା କରାଯାଇଛି। ଏଡିସିବି ଓ ଏହାର ଅଧ୍ୟକ୍ଷ ଅଜୟ ପଟେଲ୍‌ଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ଉଭୟ ନେତା ବ୍ୟାଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇଛନ୍ତି। ବିମୁଦ୍ରାକରଣ ବେଳେ ବ୍ୟାଙ୍କ ୭୫୦ କୋଟି ଟଙ୍କାର ନୋଟ୍‌ ବଦଳ ସ୍କାମ୍‌ରେ ସଂପୃକ୍ତ ଥିଲା ବୋଲି ରାହୁଲ ଓ ସୁର୍ଜେଓ୍ଵାଲା ଅଭିଯୋଗ କରିଥିଲେ। ଏହାକୁ ବ୍ୟାଙ୍କ ଖଣ୍ଡନ କରିଛି।

ସମ୍ବନ୍ଧିତ ଖବର