ରୁପାନିଙ୍କ ବିରୋଧରେ ମାମଲା

ଗାନ୍ଧୀନଗର: ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି ଏବଂ କଂଗ୍ରେସ ବିଧୟକ ଅଳ୍ପେଶ ଠାକୁରଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଏକ ଅଦାଲତ ପୁଲିସକୁ ନିର୍ଦେଶ ଦେଇଛନ୍ତି। ବିହାରରୁ ଆସି ରାଜ୍ୟରେ ବସବାସ କରୁଥିବା ଲୋକଙ୍କ ବିରୋଧରେ ହିଂସା ଉଦ୍ରେକ କରିଥିବା କାରଣରୁ ଏହି ମାମଲା ରୁଜୁ ପାଇଁ ଅଦାଲତ କହିଛନ୍ତି। ତମନ୍ନା ହାସ୍‌ମି ନାମକ ଜଣେ ସାମାଜିକ କର୍ମୀ କରିଥିବା ଆବେଦନର ଶୁଣାଣି କରି ମୁଜାଫରପୁରର ଏସଡିଜେଏମ(ୱେଷ୍ଟ) ସାବା ଆଲାମ ଏହି ନିର୍ଦେଶ ଦେଇଛନ୍ତି। ଆଇପିସିର ଧାରା ୧୫୩, ୨୯୫ ଏବଂ ୫୦୪ ଅଧୀନରେ ଏହି ମାମଲା କାନ୍ତି ଥାନାରେ ରୁଜୁ କରିବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର