ତନୁଶ୍ରୀଙ୍କ ବିରୋଧରେ ମାନହାନି ମାମଲା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତଙ୍କ ବି‌େରାଧରେ ଆଜି ମହାରାଷ୍ଟ୍ର ପୁଲିସ ମାନହାନି ମାମଲା ରୁଜୁ କରିଛି। ତନୁଶ୍ରୀ ଏମ୍‌ଏନ୍‌ଏସ୍‌ (ମହାରାଷ୍ଟ୍ର ନବନିର୍ମାଣ ସେନା) ମୁଖ୍ୟ ରାଜ୍‌ ଠାକ୍‌ରେଙ୍କ ବିରୋଧରେ ଆଣିଥିବା ଏକ ଅଭିଯୋଗ ପାଇଁ ତାଙ୍କ ବି‌େରାଧରେ ମାନହାନି ମାମଲା ରୁଜୁ ହୋଇଛି। ତନୁଶ୍ରୀ ଅଭିଯୋଗ ଆଣିଥିଲେ ଯେ ର‌ାଜ୍‌ ଠାକରେ ସ୍ବର୍ଗତ ବାଲ୍‌ ଠାକରେଙ୍କ ପରେ ଶିବସେନା ମୁଖ୍ୟ ହେବାକୁ ଚାହୁଥିଲେ କିନ୍ତୁ ତାହା ସେ କରିପାରିଲେନି। ସେହିପରି ୨୦୦୮‌େର ଏମ୍‌ଏନ୍‌ଏସ୍‌ ତନୁଶ୍ରୀଙ୍କ ଗାଡ଼ି ଭଙ୍ଗାରୁଜା କରିଥିଲା ଏବଂ ଏବେ ନାନାଙ୍କ ବି‌ରୋଧରେ ଅଭିଯୋଗ ଆଣିବା ପରେ ତାଙ୍କୁ ଏମ୍‌ଏନ୍ଏସ୍‌ ପକ୍ଷରୁ ଧମକ ମିଳିଛି ବୋଲି ସେ ଅଭିଯୋଗ କରିଛନ୍ତି। ତନୁଶ୍ରୀଙ୍କୁ ଆଜି ନାନା ପାଟେକର ଏବଂ ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀ ଲିଗାଲ୍‌ ନୋଟିସ୍‌ ପଠାଇଛନ୍ତି।

ସମ୍ବନ୍ଧିତ ଖବର