ଦିଲ୍ଲୀ ସୀମାରେ ପରିସ୍ଥିତି ନିୟନ୍ତ୍ରଣ ମାମଲା: କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ସୀମା ସଂକ୍ରାନ୍ତ ବିଶୃଙ୍ଖଳା ହଟାଇବା ନେଇ କେନ୍ଦ୍ର ସରକାର ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହରିୟାଣାର ଅଧିକାରୀଙ୍କ ମଧ୍ୟରେ ଏକ ବୈଠକ କରନ୍ତୁ। ଦିଲ୍ଲୀ ଏବଂ ପଡ଼ୋଶୀ ରାଜ୍ୟ ହରିୟାଣା ଏବଂ ଉତ୍ତରପ୍ରଦେଶ ମଧ୍ୟରେ ଆନ୍ତରାଜ୍ୟ ପରିବହନ ଅନୁମତି ଦେବା ସଂକ୍ରାନ୍ତରେ ସରକାର ଏକ ସହମତିରେ ପହଞ୍ଚନ୍ତୁ ବୋଲି ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି। ସପ୍ତାହକ ମଧ୍ୟରେ ସରକାର ଉକ୍ତ ମାମଲାରେ ନିଷ୍ପତ୍ତି ନେବାପାଇଁ କୋର୍ଟ କହିଛନ୍ତି।

ଗୁରୁଗ୍ରାମ ବାସିନ୍ଦା ରୋହିତ ଭଲ୍ଲାଙ୍କ ଦ୍ବାରା ହୋଇଥିବା ଏକ ଆବେଦନର ଶୁଣାଣି କରି ‌କୋର୍ଟ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରପ୍ରଦେଶ ଏବଂ ହରିୟାଣା ସରକାର ଦିଲ୍ଲୀ ସହ ସୀମା ବନ୍ଦ କରିବାକୁ ଚ୍ୟାଲେଂଜ କରି ଭଲ୍ଲା କୋର୍ଟରେ ଆବେଦନ କରିଥିଲେ। ଏଭଳି କାର୍ଯ୍ୟ ଅସାମ୍ବିଧାନିକ ଏବଂ ଧାରା ୧୯ ଅଧୀନରେ ଏହା ଯାତ୍ରା ଅଧିକାରକୁ ପ୍ରଭାବିତ କରିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। କୌଣସି ଜରୁରୀ ଆବଶ୍ୟକତା ପାଇଁ ଦିଲ୍ଲୀ ଆସିବାକୁ ଚାହୁଥିବା ଲୋକମାନଙ୍କ ପାଇଁ ଏଭଳି ନିଷ୍ପତ୍ତି ଅତ୍ୟନ୍ତ କଷ୍ଟଦାୟକ ହୋଇଛି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଗତ ସୋମବାର ଦିନ ଦିଲ୍ଲୀ ସୀମା ସପ୍ତାହକ ପାଇଁ ସିଲ୍‌ ହୋଇଥିବା ନେଇ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର