ଜବତ ହୋଇଥିବା ମଦ ପେଟି ନମିଳିବାରୁ ମୂଷା ଉପରେ ଆରୋପ ଲଗାଇଲେ ପୁଲିସକର୍ମୀ, ରୁଜୁ ହେଲା ଏତଲା

ଏଟା: ଜବତ ହୋଇଥିବା ମଦ ପେଟି ନମିଳିବାରୁ ମୂଷା ଉପରେ ଆରୋପ ଲଗାଇଲେ ପୁଲିସକର୍ମୀ। ଜବତ କରାଯାଇ ରଖାଯାଇଥିବା ମଦ ପେଟି ନମିଳିବାରୁ ପୁଲିସକର୍ମୀ ମୂଷା ଉପରେ ମଦ ପେଟି ନେଇଯିବାର ଅଜବ ଆରୋପ ଲଗାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଏଟାରେ।

Case Filed After UP Cops Blame Rats For Missing Cartons Of Seized Liquor
ndtv

ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଏଟାର କୋତୱାଲି ଡେହାଟ ପୁଲିସ ଷ୍ଟେସନରୁ ୧୪୦୦ରୁ ଅଧିକ ମଦ ପେଟି ନିଖୋଜ ହୋଇଯାଇଛି। ଏନେଇ ଷ୍ଟେସନ ହାଉସ ଅଫିସର ଇନ୍ଦ୍ରେଶପାଲ ସିଂ ଏବଂ କିରାଣୀ ରିଶଲ ସିଂଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଏକ ସପ୍ତାହ ପୂର୍ବରୁ ଏହା ଜଣାପଡିଥିଲା ଯେ, ଜବତ ହୋଇଥିବା ପ୍ରାୟ ୧୪୫୦ପେଟି ବେଆଇନ ମଦ କୋତୱାଲି ଡେହାଟ ପୁଲିସ ଷ୍ଟେସନରୁ ହଠାତ ଗାଏବ ହୋଇଯାଇଥିଲା। ଏବିଷୟରେ ଷ୍ଟେସନ ହାଉସ ଅଫିସର ଇନ୍ଦ୍ରେଶପାଲ ସିଂଙ୍କୁ ପଚରାଯିିବା ପରେ, ମୂଷା ମଦ ପେଟି ନେଇଯାଇଥିବା କହିଥିଲେ ଇନ୍ଦ୍ରେଶପାଲ। ଏହା ପରେ ସନ୍ଦେହ ହେବାରୁ ଯାଞ୍ଚ ଆରମ୍ଭ ହେବା ସହ ଷ୍ଟେସନ ହାଉସ ଅଫିସର ଇନ୍ଦ୍ରେଶପାଲ ସିଂ ଏବଂ କିରାଣୀ ରିଶଲ ସିଂଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର