ହାଇଦ୍ରାବାଦ: ଦୁଇ ବର୍ଷ ତଳେ ଘଟିଥିବା ଘଟଣା ପାଇଁ ଏବେ ୩୮ଜଣ ବଲିଉଡ ଓ ଟଲିଉଡ କଳାକାରଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ଏହି ୩୮ଜଣ କଳାକାର ଦୁଷ୍କର୍ମ ପୀଡ଼ିତାଙ୍କ ପ୍ରକୃତ ନାଁ ସାମ୍ନାକୁ ଆଣିବା ସହ ଶୋକ ପ୍ରକାଶ କରିଥିଲେ। ଏ ନେଇ ଦିଲ୍ଲୀର ଜଣେ ଓକିଲ ୩୮ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ୩୮ଜଣଙ୍କ ମଧ୍ୟରେ ବଲିଉଡ ଓ ଟଲିଉଡ଼ର ସୁପରଷ୍ଟାର ଥିବା ଜଣାପଡ଼ିଛି।
ସୂଚନା ମୁତାବକ, ୨୦୧୯ରେ ହାଇଦ୍ରାବାଦରେ ଜଣେ ମହିଳା ପଶୁ ଚିକିତ୍ସକଙ୍କୁ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ୪ଜଣ ଯୁବକ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରି ଜିଅନ୍ତା ଜାଳିଦେଇଥିଲେ। ପରେ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ଏନକାଉଣ୍ଟର କରାଯାଇଥିଲା। ଏହି ଘଟଣାକୁ ୨ବର୍ଷ ବିତିଥିବା ବେଳେ ଏବେ ପୀଡ଼ିତାଙ୍କ ଅସଲ ନାଁ ସାମ୍ନାକୁ ଆଣି ଫସିଛନ୍ତି ୩୮ଜଣ କଳାକାର।
୩୮ଜଣଙ୍କ ମଧ୍ୟରେ ଅନୁପମ ଖେର, ଫରହାନ ଅଖତର, ଅଜୟ ଦେବଗନ, ଅକ୍ଷୟ କୁମାର, ସଲମାନ ଖାନ, ମହାରାଜା ରବି ତେଜା, ରାକୁଲପ୍ରୀତ ସିଂ, ଅଲ୍ଲୁ ସିରିଶ ଏବଂ ଅନ୍ୟ ସେଲିବ୍ରିଟିଙ୍କ ବିରୋଧରେ ଏକ ମାମଲା ଦାୟର କରାଯାଇଛି, ଯେଉଁମାନେ ପୀଡିତାଙ୍କ ପ୍ରକୃତ ନାମ ଉଲ୍ଲେଖ କରିଥିଲେ। ଦିଲ୍ଲୀର ଓକିଲ ଗୌରବ ଗୁଲାଟି ଆଇପିସି ଧାରା ୨୨୮ଏ ଅନୁଯାୟୀ ସବଜି ମଣ୍ଡି ପୁଲିସ ଷ୍ଟେସନରେ ସେଲିବ୍ରିଟିଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଏବଂ ଏହି ସେଲିବ୍ରିଟିମାନେ ଦାୟିତ୍ବବାନ ନାଗରିକ ନୁହଁନ୍ତି ବୋଲି ଅଭିଯୋଗ କରି ତିସ୍ ହଜାରି କୋର୍ଟରେ ମଧ୍ୟ ପିଟିସନ ଦାଖଲ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/FIR-on-These-Celebrities_Thumbnail-1.jpg)