ଗୁଜୁରାଟ ଦଙ୍ଗାରେ ମୋଦି ନୀରବ ଥିଲେ ଲେଖିବା ମହଙ୍ଗା ପଡ଼ିଲା; ୩ ଲେଖକଙ୍କ ବିରୋଧରେ ମାମଲା ରୁଜୁ

ଗୌହ୍ଵାଟୀ: ଦ୍ୱାଦଶ ଶ୍ରେଣୀ ପୁସ୍ତକରେ ତିନି ଜଣ ଲେଖକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆକ୍ଷେପ କରି ବିବାଦୀୟ କଥା ଲେଖିଥିବାରୁ ଆସାମ ପୁଲସ୍‌ ଉକ୍ତ ୩ ଲେଖକଙ୍କ ବିରୋଧରେ ମାମଲା ରୁଜୁ କରିଛି। ଦ୍ୱାଦଶ ଶ୍ରେଣୀର ପାଠ୍ୟ ପୁସ୍ତକ ରାଜନୀତି ବିଜ୍ଞାନରେ ଉଲ୍ଲେଖ କରାଯାଇଛି ଯେ ୨୦୦୨ ମସିହାରେ ଗୁଜରାଟରେ ହୋଇଥିବା ଦଙ୍ଗା ସମୟରେ ମୋଦି ନୀରବ ଥିଲେ। ଉଲ୍ଲେଖଯୋଗ୍ୟ, ସେ ସମୟରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ଆସାମର ଗୋଲଘାଟ ସଦର ପୁଲିସ୍‌ ଷ୍ଟେସନ୍‌ରେ ଏହି ମାମଲା ରୁଜୁ ହୋଇଛି। ପୁସ୍ତକର ୩୭୬ ପୃଷ୍ଠାରେ ଲେଖାଯାଇଛି ଯେ ଗୋଧରା ରେଳବାଇ ଷ୍ଟେସନ୍‌ରେ ସାବରମୋତି ଏକ୍ସପ୍ରେସ୍‌ରେ ହୋଇଥିବା ହିଂସାରେ ପ୍ରାୟ ୫୭ ଜୀବନ ଯାଇଥିଲେ ବି ଏହି ପ୍ରସଂଗରେ ସେ ସମୟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଚୁପ୍‌ ରହିଥିଲେ।

ଯେଉଁ ତିନି ଜଣ ଲେଖକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନେ ହେଲେ ଦୁର୍ଗାକାନ୍ତ ଶର୍ମା, ରଫିକ୍‌ ଜାମନ, ମହେଶ ପ୍ରୋତିମ୍‌ ବରୁହା। ଦୁର୍ଗାକାନ୍ତ ଶର୍ମା ଦୁଇ ବର୍ଷ ତଳେ ପ୍ରାଣ ହରାଇଛନ୍ତି। ଦ୍ୱାଦଶ ଶ୍ରେଣୀର ଏହି ପୁସ୍ତକଟି ୨୦୧୧ ମସିହାରେ ପାଠ୍ୟ ପୁସ୍ତକ ଭାବେ ସ୍ୱୀକୃତି ପାଇଥିଲା।

ସମ୍ବନ୍ଧିତ ଖବର