ୟେଦୁରପ୍ପା ଓ ପରିବାର ସଦସ୍ୟଙ୍କ ବିରୋଧରେ ମାମଲା ରୁଜୁ

କର୍ଣ୍ଣାଟକ: ଲୋକାୟୁକ୍ତ ପୁଲିସ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପା ଓ ତାଙ୍କର ଏକାଧିକ ପରିବାର ସଦସ୍ୟଙ୍କ ନାମରେ ଦୁର୍ନୀତି ଅଭିଯୋଗରେ ମାମଲା ରୁଜୁ କରିଛି। ବିଜେପିର ରାଜ୍ୟ ଉପସଭାପତି ତଥା ୟେଦୁରପ୍ପାଙ୍କ ପୁଅ ବିୱାଇ ବିଜୟେନ୍ଦ୍ରଙ୍କ ସମେତ ତାଙ୍କର ଅନ୍ୟ ପରିବାର ସଦସ୍ୟ ଓ ପୂର୍ବତନ ବିଡିଏ କମିସନରଙ୍କ ନାମରେ ସ୍ବତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶରେ ପୁଲିସ ମାମଲା ରୁଜୁ କରିଛି। ଜନୈକ ସାମାଜିକ କାର୍ଯ୍ୟକର୍ତ୍ତା ଟିଜେ ଆବ୍ରାହମଙ୍କ ଅଭିଯୋଗକ୍ରମେ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ ବିଡିଏ (ବାଙ୍ଗାଲୋର ବିକାଶ କର୍ତ୍ତୃପକ୍ଷ)ର ଠିକା ପ୍ରଦାନ ପାଇଁ ଏମାନେ ଲାଞ୍ଚ ନେଇଥିଲେ। ୟେଦୁରପ୍ପା ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଜଣେ ବିଲ୍‌ଡରଙ୍କଠାରୁ ସେଲ୍ କମ୍ପାନି ଜରିଆରେ କିକ୍‌ବ୍ୟାକ୍ (କମିସନି) ନିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର