ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କୀର୍ତ୍ତି ଚକ୍ର ପାଇଥିବା ସହିଦ କ୍ୟାପଟେନ ଅଂଶୁମାନ ସିଂଙ୍କ ବିଧବା ପତ୍ନୀଙ୍କ ଉପରେ ହୋଇଥିବା ଅଶ୍ଳୀଳ ମନ୍ତବ୍ୟକୁ ନେଇ ଦିଲ୍ଲୀ ପୁଲିସର ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଆଣ୍ଡ ଷ୍ଟ୍ରାଟେଜିକ୍ ଅପରେସନ୍ (ଆଇଏଫଏସଓ) ସେଲ ଏକ ମାମଲା ପଞ୍ଜିକରଣ କରିଛି ବୋଲି ଅଧିକାରୀମାନେ ଶନିବାର କହିଛନ୍ତି।
ଜାତୀୟ ମହିଳା ଆୟୋଗ (ଏନସିଡବ୍ଲ୍ୟୁ) ସୋମବାର ଏହି ପ୍ରସଙ୍ଗରେ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ ଦାଖଲ କରିବା ପରେ ପୁଲିସ୍ ତତ୍ପତରା ଦେଖାଇଥଲା ଓ ମାମଲାର ତଦନ୍ତ ଆରମ୍ଭ କରିଥିଲା।
ଜଣେ ପୁଲିସ ଅଧିକାରୀଙ୍କ କହିବାନୁସାରେ, ଭାରତୀୟ ନ୍ୟାୟ ସଂହିତା ଧାରା ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନର ସଂପୃକ୍ତ ବିଭାଗ ଅଧୀନରେ ଆଇଏଫଏସଏ ୟୁନିଟରେ ଏଫଆଇଆର ପଞ୍ଜିକୃତ ହୋଇଛି।
ସୋସିଆଲ ମିଡିଆ ପ୍ଲାଟଫର୍ମକୁ ମଧ୍ୟ ଏହି ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଯୋଗାଯୋଗ କରାଯାଇଛି ବୋଲି ଅଧିକାରୀ କହିଛନ୍ତି। ସୋମବାର ଜାରି କରାଯାଇଥିବା ଏକ ଚିଠିରେ, ଏନସିଡବ୍ଲୁ ନିର୍ଦ୍ଦିଷ୍ଟ ଆଇନଗତ ନିୟମାବଳୀକୁ ସୂଚିତ କରିଛି। ଜଣେ କ୍ୟାପ୍ଟେନ୍ଙ୍କ ବିଧବାଙ୍କ ବିରୋଧରେ ସୋସିଆଲ୍ ମିଡିଆରେ ଦିଆଯାଇଥିବା ବୟାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା।
ଏହି ଘଟଣାର ନିରପେକ୍ଷ ତଥା ଠିକ ସମୟରେ ତଦନ୍ତ ପାଇଁ ଆୟୋଗ ଦାବି କରିଛନ୍ତି ଏବଂ ତିନି ଦିନ ମଧ୍ୟରେ ନିଆଯାଇଥିବା ବିସ୍ତୃତ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର) ପାଇଁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/Untitled-82.jpg)