ନୂଆଦିଲ୍ଲୀ: ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ େନଇ ପୁରୀେର ହିସାଂକାଣ୍ଡ ଅଡୁଆ ବଢିବାରେ ଲାଗିଛି। ସେବକ-ସ୍ଥାନୀୟ ଜନସାଧାରଣ-ରାଜନୈତିକ ଦଳ ଓ ପ୍ରଶାସନ ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ଏମିତି ଏକ ସମୟରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ପୁଣି ଥରେ ଶ୍ରୀମନ୍ଦିର ମାମଲାର ଶୁଣାଣି ପାଇଁ ସୁେଯାଗ ସୃଷ୍ଟି େହାଇଛି। ସୁପ୍ରିମକୋର୍ଟ ଗତ ଜୁଲାଇ ୫ ତାରିଖରେ େଯଉଁ ଆଦେଶ େଦଇଥିଲେ, ତା ଉପରେ ରହିତାଦେଶ ଜାରି କରିବା ଲାଗି ଜଣେ ଆଇନଜୀବୀ େଦବାଶିଷ ମିଶ୍ର ଆବେଦନ କରିଛନ୍ତି। ଏହା ଉପରେ ଜରୁରି ଶୁଣାଣି ପାଇଁ କୋର୍ଟ ସମ୍ମତି ପ୍ରକାଶ କରିଛନ୍ତି। ବିଚାରପତି ମଦନ ବି େଲାକୁର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ଆସନ୍ତାକାଲି େହବ। ୧୬ନମ୍ବର ମାମଲା ଭାବେ ଏହି ପ୍ରସଙ୍ଗକୁ ଆଜି ତାଲିକାଭୁକ୍ତ କରାଯାଇଛି। ଧାଡ଼ି ଦର୍ଶନକୁ ପ୍ରବଳ ବିରୋଧ କରି ଗତ ୩ ତାରିଖରେ ପୁରୀ ବନ୍ଦ ଡାକରା ଦିଆଯାଇଥିଲା ଓ ସେ ସମୟରେ ବ୍ୟାପକ ହିଂସାକାଣ୍ଡ େହାଇଛି। ଏଣୁ ପୁରୀ ଜିଲ୍ଲା ଜଜ୍‌ଙ୍କ ସୁପାରିସ ଆଧାରରେ େକାର୍ଟ ଯେଉଁ ନିର୍ଦ୍ଦେଶ ଜାରି କରିଥିଲେ, ତାହା ଉପରେ ରହିତାଦେଶ ଜାରି କରାଯିବା ପାଇଁ ଆଇନଜୀବୀ ଦେବାଶିଷ ମିଶ୍ର ତାଙ୍କ ଆବେଦନରେ ପ୍ରାର୍ଥନା କରିଛନ୍ତି। ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ବନ୍ଦ କରାନଗଲେ ବା ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରାନଗଲେ ଆଗକୁ ପରିସ୍ଥିତି ଜଟିଳ ହେବା ଆଶଙ୍କା ଥିବା ଦେବାଶିଷ ତାଙ୍କ ପ୍ରାର୍ଥନାରେ ଉଲ୍ଲେଖ କରିଛନ୍ତି। ଆମିକସ କ୍ୟୁରିଙ୍କ ରିେପାର୍ଟକୁ ନେଇ ସୁପ୍ରିମକୋର୍ଟରେ ଆସନ୍ତା ୨୩ ତାରିଖରେ ଶୁଣାଣି ଥିଲା। ଏହାର ଅବ୍ୟବହିତ ପୂର୍ବରୁ ଆସନ୍ତାକାଲି େକାର୍ଟ ଏହି ମାମଲା ଶୁଣିବେ।

Advertisment

ଉଲ୍ଲେଖଯୋଗ୍ୟ, ପୁରୀ ଜିଲ୍ଲା ଜଜ୍‌ଙ୍କ ସୁପାରିସକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଜାରି ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଅେକ୍ଟାବର ପହିଲାରୁ ଧାଡ଼ିଦର୍ଶନ ବ୍ୟବସ୍ଥା ଆରମ୍ଭ କରିଥିେଲ। ହେଲେ ଏହାକୁ ପ୍ରବଳ ବିରୋଧ ହୋଇଥିଲା। ଶ୍ରୀଜଗନ୍ନାଥ ସେନା ପୁରୀ ବନ୍ଦ ଡାକରା ଦେଇଥିବା ବେଳେ ପୋଡ଼ାଜଳା ଓ ହିଂସାକାଣ୍ଡ ହୋଇଥିଲା। ଶ୍ରୀମନ୍ଦିର ବେଢ଼ାରେ ରହିଥିବା ପାର୍ଶ୍ବ ଦେବାଦେବୀ ଅନେକ ଗୁରୁତ୍ବ ବହନ କରୁଥିବାରୁ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଚାଲି ଆସିବା ଆଧ୍ୟତ୍ମିକତାକୁ କ୍ଷୂର୍ଣ୍ଣ କରୁଥିବା ଅଭିଯୋଗ ହୋଇଥିଲା। େକବଳ େସତିକି ନୁେହଁ, ବାଇଶି ପାହାଚ େଖାଳାଯିବା ଆଦି ପ୍ରସଙ୍ଗକୁ େନଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏଭଳି ସ୍ଥିତିେର ଆସନ୍ତାକାଲି ଶୁଣାଣି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ େବାଲି ବିଚାର କରାଯାଉଛି।