ଡେରାଡୁନ : ଯୋଗଗୁରୁ ବାବା ରାମଦେବଙ୍କର ଅଶ୍ଳୀଳ ଚିତ୍ର ଆଙ୍କି ତାକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ଅଭିଯୋଗରେ ଉତ୍ତରାଖଣ୍ଡ ପୁଲିସ ଡେରାଡୁନର ଦୁଇଜଣ କାର୍ଟୁନିଷ୍ଟଙ୍କ ବିରୋଧରେ ମାମଲା ରୁଜୁ କରିଛି। ପତଞ୍ଜଳି ଯୋଗପୀଠ ଲିଗାଲ ସେଲ୍ର ଅଭିଯୋଗକ୍ରମେ କନଖଳ ଥାନାରେ କାଟୁର୍ନିଷ୍ଟ ଗଜେନ୍ଦ୍ର ରାୱତ ଓ ହେମନ୍ତ ମାଲବୀୟଙ୍କ ନାମରେ ମାମଲା ରୁଜୁ ହୋଇଛି ବୋଲି ଥାନା ଅଧିକାରୀ ମୁକେଶ ଚୌହାନ କହିଛନ୍ତି। ଦୁଇଜଣଙ୍କ ନାମରେ ପିଙ୍ଗଳ କୋଡ଼୍ର ଧାରା ୧୫୩ଏ ଅନୁଯାୟୀ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ସେମାନଙ୍କୁ ଗିରଫ କରିବା ପାଇଁ ଖୋଜୁଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp