ବାଲାସାହେବ ଠାକରେଙ୍କ ସ୍ମାରକୀ ନିର୍ମାଣ ପାଇଁ ଗୋଟିଏ ବି ଗଛ କଟାଯିବ ନାହିଁ: ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ସ୍ମାରକୀ ନିର୍ମାଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ଔରଙ୍ଗାବାଦର ପ୍ରିୟଦର୍ଶିନୀ ଉଦ୍ୟାନରେ ବାଲାସାହେବ ଠାକରେଙ୍କ ସ୍ମାରକୀ ନିର୍ମାଣ ପାଇଁ ଗୋଟିଏ ବି ଗଛ କଟାଯିବ ନାହିଁ । ଏହି ସ୍ମାରକୀ ନିର୍ମାଣ ପାଇଁ ୫୦୦୦ ଗଛ କଟାଯିବାକୁ ତୀବ୍ର ବିରୋଧ କରାଯାଉଥିବା ବେଳେ ଉଦ୍ଧବଙ୍କ ଏହି ବୟାନ୍ ଲୋକଙ୍କୁ କିଛିଟା ଆଶ୍ବସ୍ତି ଦେଇଛି।

Image Source–maharastra times

ସୂଚନାଯୋଗ୍ୟ, ୫୦୦୦ ଗଛ କଟାଯିବାକୁ ତୀବ୍ର ବିରୋଧ କରି ଔରଙ୍ଗାବାଦ ନଗର ନିଗମର ବୃକ୍ଷ ସୁରକ୍ଷା କମିଟିର ଜଣେ ସଦସ୍ୟ କିଶୋର ପାଠକ କହିଛନ୍ତି ଯେ ଯଦି ଏହି ଅଞ୍ଚଳ ସ୍ମାରକୀ ନିର୍ମାଣ ପାଇଁ ଦିଆଯାଏ, ତା’ ହେଲେ ଏଠାକାର ସୌନ୍ଦର୍ଯ୍ୟ ନଷ୍ଟ ହେବ ।

ମହାରାଷ୍ଟ୍ରରେ ମହାଅଘାଡ଼ି ସରକାର ଗଠନ ହେବା ପରେ ବାଲା ସାହେବଙ୍କ ସ୍ମୁତିପୀଠ ନିର୍ମାଣ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ସମ୍ବନ୍ଧିତ ଖବର