ତିରୁଅନନ୍ତପୁରମ : ଲାକ୍ଷାଦ୍ବୀପର ମାଲାୟଲାମ ସିନେମା ପ୍ରଯୋଜିକା ଆୟେଶା ସୁଲତାନଙ୍କ ବିରୋଧରେ ପୁଲିସ ଦେଶଦ୍ରୋହ ମାମଲା ରୁଜୁ କରିଛି। ବିଜେପି ଲାକ୍ଷାଦୀପ ୟୁନିଟ ସଭାପତି ଅବଦୁଲ ଖଦେର ଏକ ଟେଲିଭିଜନ ବିତର୍କରେ ଭାଗ ନେଇ ଦେଇଥିବା ମନ୍ତବ୍ୟକୁ ଆଧାର କରି ଏହି ମାମଲା ରାଜୁ ହୋଇଛି।
ଲାକ୍ଷାଦୀପରେ ଚାଲିଥିବା ବିବାଦୀୟ ସଂସ୍କାର ଉପରେ 'ମିଡିଆ ୱାନ ଟିଭି'ରେ ବିତର୍କ ହୋଇଥିଲା। ଏଥିରେ ସୁଲତାନ ଯୋଗଦେଇ କହିଥିଲେ ଲାକ୍ଷାଦୀପରେ କୋଭିଡ-୧୯ର ପ୍ରସାର ପାଇଁ କେନ୍ଦ୍ର ଜୈବ ଅସ୍ତ୍ର ପ୍ରୟୋଗ କରିଛି। ତେଣୁ ବିଜେପି ରାଜ୍ୟମୁଖ୍ୟ କବାର୍ତ୍ତି ପୁଲିସରେ ଅଭିଯୋଗ କରିଛନ୍ତି ଯେ ସୁଲତାନ କୋଭିଡ-୧୯ ନେଇ ମିଛ ଖବର ପ୍ରସାରିତ କରୁଛନ୍ତି। ଆଇପିସିର ଧାରା ୧୨୪-କ (ଦେଶଦ୍ରୋହ) ଏବଂ ୧୫୩-ଖ(ଉତ୍ତେଜକ ଭାଷଣ) ତାଙ୍କ ବିରୋଧରେ ଲଗାଯାଇଛି।