ମାଲ୍ୟାଙ୍କୁ ଦେବାଳିଆ ଘୋଷଣା ପାଇଁ ମାମଲା

ଲଣ୍ଡନ : ବିଜୟ ମାଲ୍ୟାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। କିଙ୍ଗ୍ ଫିସର ଏୟାରଲାଇନ୍ସ ପାଇଁ ଋଣ ନେଇ ପରିଶୋଧ କରି ନଥିବା ମାଲ୍ୟାଙ୍କୁ ଦେବାଳିଆ ଘୋଷଣା ପାଇଁ ଋଣ ଦେଇଥିବା ବ୍ୟାଙ୍କ ଗୁଡ଼ିକ ଲଣ୍ଡନସ୍ଥିତ ଏକ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି। ମାଲ୍ୟାଙ୍କଠାରୁ ୧.୧୪୫ ବିଲିଅନ ପାଉଣ୍ଡର ସମ୍ପତ୍ତି ଜବତ କରିବା ଲାଗି ଷ୍ଟେଟ ବ୍ୟାଙ୍କ ଓ ଅନ୍ୟ ୧୨ଟି ବ୍ୟାଙ୍କ ଏହି ଆବେଦନ କରିଛନ୍ତି। ନୂଆ ମାମଲା ବିରୋଧରେ ଲଢ଼ିବା ପାଇଁ ମାଲ୍ୟା ପ୍ରସ୍ତୁତ ହେଉଛନ୍ତି। ‌ଉଲ୍ଲେଖଯୋଗ୍ୟ ଯେ, ଗତ ସପ୍ତାହରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟରେ ମାଲ୍ୟା ପ୍ରତ୍ୟର୍ପଣ ମାମଲା ହାରି ଯାଇଛନ୍ତି। ରାୟ ପ୍ରକାଶ ଦିନଠାରୁ ୧୪ ଦିନ ମଧ୍ୟରେ ସେ ଏହା ବିରୋଧରେ ଉପର କୋର୍ଟକୁ ଯିବାର ସୁଯୋଗ ରହିଛି। ତେବେ ବ୍ରିଟେନର ପ୍ରତ୍ୟର୍ପଣ ଆଇନ ୨୦୦୩ ଅନୁଯାୟୀ କୋର୍ଟଙ୍କ ଉକ୍ତ ରାୟକୁ ଗୃହ ସଚିବଙ୍କ ନିକଟକୁ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର