ରାଜକୋଟ : ୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ସିବିଆଇ ନିକଟରେ ଗୁଜୁରାଟର ରାଜକୋଟରେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶକ (ଡିଜିଏଫଟି)ର ଯୁଗ୍ମ ନିର୍ଦ୍ଦେଶକ ଜବ୍ରି ମାଲ ବିଷ୍ଣୋଇଙ୍କୁ ଗିରଫ କରିଥିଲା। ଶନିବାର ସିବିଆଇ ଟିମ୍ ରାଜକୋଟସ୍ଥିତ ତାଙ୍କ କାର୍ଯ୍ୟାଳୟ ଓ ଘରେ ଚଢ଼ାଉ କରିବାକୁ ଯାଇଥିବା ବେଳେ ସେ ସିବିଆଇ ଅଧିକାରୀଙ୍କୁ ଧକ୍କା ଦେଇ ନିଜ ଅଫିସର ଚତୁର୍ଥ ମହଲାର ଝରକାରୁ ଡେଇଁ ଆତ୍ମହତ୍ୟା କରିଥିଲେ ।
ଏହି ମାମଲାରେ ସିବିଆଇ ଏବେ ଘର ଓ ଅଫିସରୁ ୧ କୋଟି ଟଙ୍କା ଜବତ କରିଛି । ସିବିଆଇ ଟିମ୍ ଘରେ ପହଞ୍ଚିବା ପରେ ଅଫସରଙ୍କ ପତ୍ନୀ ନିଜକୁ ଏକ କୋଠରୀରେ ବନ୍ଦ କରି ଛାତରୁ ନଗଦ ଟଙ୍କା ଭର୍ତ୍ତି ବ୍ୟାଗ୍ ପାର୍କିଂ ସ୍ଥଳରେ ଫିଙ୍ଗି ଦେଇଥିଲେ, ଯାହାକୁ ତାଙ୍କ ପୁତୁରା ଉଠାଇ ପଡ଼ୋଶୀ ଘରକୁ ପଠାଇଥିଲେ। ଛାତରୁ ଟଙ୍କା ଫିଙ୍ଗୁଥିବା ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ସିବିଆଇ ଉଭୟ ବ୍ୟାଗରୁ ପାଖାପାଖି ୧ କୋଟି ଟଙ୍କା ଜବତ କରି ତଦନ୍ତକୁ ଆଗକୁ ବଢ଼ାଇଛି ।
जॉइन डायरेक्ट फॉरेन ट्रेड (DGFT) जवरीमल बिश्नोई की मौत का मामला
जवरीमल को CBI लांच लेने के जुर्म में कर रहि थी पूछताछ
CBI की पूछताछ के दौरान जवरीमल ने 4 माले से कूद करी थीं खुदखुशी#JawarimalBishnoisuicideCase मामले ने लिया नया मोड़ #Rajkot#Bharat24Digital@cbic_indiapic.twitter.com/vDYuRH3zr5— Bharat24 Gujarati (@Bharat24Gujarat) March 26, 2023
ଅନ୍ୟପକ୍ଷରେ ବିଷ୍ଣୋଇଙ୍କ ଭାଇ ସଂଜୟ ଏହି ଘଟଣାକୁ ନେଇ ସିବିଆଇକୁ ଦାୟୀ କରିଛନ୍ତି । ନିଜ ଭାଇଙ୍କ ଆତ୍ମହତ୍ୟା ପାଇଁ ସେ ସିବିଆଇକୁ ଦାୟୀ କରିବା ସହ ଏଥିପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଲୋଡ଼ିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/rupee.png)