୫.୨ କୋଟି ଠକେଇ ଅଭିଯୋଗ: କ୍ୟାସିଅର ଗିରଫ

ହାଇଦ୍ରାବାଦ : ଏଟିଏମ୍‌ରୁ ୫.୨ କୋଟି ଟଙ୍କା ଠକେଇ ଅଭିଯୋଗରେ ସିବିଆଇ ରବିବାର ମେଡାକ ଜିଲ୍ଲାର ନରସାପୁର ଷ୍ଟେଟ୍ ବ୍ୟାଙ୍କର ଜଣେ କ୍ୟାସିଅରଙ୍କୁ ଗିରଫ କରିଛି। କ୍ୟାସିୟର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ଅାପରାଧିକ ଷଡଯନ୍ତ୍ର ପାଇଁ ସିବିଆଇ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି।

ଏ ନଗେନ୍ଦ୍ର ନାମକ କ୍ୟାସିଅର ଷ୍ଟ୍ରଙ୍ଗ ରୁମ୍‌ରେ ଥିବା ସିସି ଟିଭି ଫୁଟେଜ୍‌ରୁ ବ୍ୟାଙ୍କ ମ୍ୟାନେଜର ଦେଖିଥିଲେ। ଏହାପରେ ସେ ଆଉ ବ୍ୟାଙ୍କକୁ ଆସି ନଥିଲେ। ସନ୍ଦେହ ହେବାରୁ ସେ ଖୋଳତାଡ଼ କରିବା ପରେ ନଗେନ୍ଦ୍ର ଲକରରୁ ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି କରିଥିବା ଜାଣିବାକୁ ପାଇଥିଲେ। ଅଭିଯୁକ୍ତମାନେ ବିଭିନ୍ନ ଉପାୟରେ ବ୍ୟାଙ୍କରୁ ମୋଟ ୫.୨ କୋଟି ଟଙ୍କା ଚୋରି କରିଥିଲେ। ଏ ନେଇ ସେ ସିବିଆଇରେ ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର