ସାମ୍ପ୍ରଦାୟିକ ଟିପ୍ପଣୀ:ଗିରିରାଜ ସିଂହଙ୍କୁ ଇସି ନୋଟିସ୍‌

ନୂଆଦିଲ୍ଲୀ : ବିହାରର ବେଗୁସରାଇ ଆସନରୁ ନିର୍ବାଚନ ଲଢ଼ୁଥିବା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହଙ୍କ ସାମ୍ପ୍ରଦାୟିକ ଟିପ୍ପଣୀ ପାଇଁ ତାଙ୍କୁ ନିର୍ବାଚନ କମିସନ  କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି। ସାମ୍ପ୍ରଦାୟିକ ଟିପ୍ପଣୀ ଦେଇ ଗିରିରାଜ ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ କରିଛନ୍ତି ଏବଂ ଏଥିସହ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିଛନ୍ତି ବୋଲି ଇସି କହିଛନ୍ତି। ୨୪ ଘଣ୍ଟା ମଧ୍ୟ‌ରେ ଗିରିରାଜ ଏନେଇ ଉତ୍ତର ରଖିବାପାଇଁ ଇସି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର