ଦଳିତ ବର ଘୋଡ଼ୀ ଚଢିଲା ବୋଲି ପଥର ମାଡ଼ କଲେ ଉଚ୍ଚଜାତି ଲୋକେ

ମଧ୍ୟପ୍ରଦେଶରେ ଜାତିଭେଦର କରୁଣ ଚିତ୍ର

ଭୋପାଳ: ଦେଶ ସ୍ବାଧୀନ ହେବାର ୭ ଦଶନ୍ଧି ବିତିଯାଇଥିଲେ ବି କେତେକ ସମାଜରେ ଅତି କଠୋର ଜାତିଭେଦ ବଜାୟ ରହିଛି । ଏହାର ଏକ ଦୁଃଖଦ ଚିତ୍ର ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ । ରାଜ୍ୟର ଛତରପୁରରେ ଜଣେ ଦଳିତ ବର ଘୋଡ଼ୀ ଚଢ଼ି ଯାଉଥିବା ବେଳେ ଉଚ୍ଚ ଜାତିର ଲୋକମାନେ ତାଙ୍କ ବିବାହ ଶୋଭାଯାତ୍ରା ଉପରେ ପଥର ଫିଙ୍ଗିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଛତ୍ରପୁର ବକ୍ସୱାହା ଥାନା ଅନ୍ତର୍ଗତ ଚୌରାଇ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଚୌରାଇ ଗାଁରୁ ରିତେଶ ଅହିରୱାରଙ୍କ ବିବାହ ଶୋଭାଯାତ୍ରା ସାଗର ଜିଲ୍ଲାର ଶାହଗଡ଼ ଅଭିମୁଖେ ଯାଉଥିଲା। ଏହା ପୂର୍ବରୁ ଶୋଭାଯାତ୍ରା ଗାଁରେ କିଛି ସମୟ ବୁଲିଥିଲା । କିନ୍ତୁ ଦଳିତ ବରକୁ ଘୋଡ଼ୀ ଉପରେ ଦେଖିବା ପରେ ଗ୍ରାମର ଉଚ୍ଚଜାତିର ଲୋକମାନେ ରାଗି ଯାଇଥିଲେ ଓ ଏହାକୁ ନେଇ ପ୍ରଥମେ ଯୁକ୍ତିତର୍କ  ଓ ପରେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ଶୋଭାଯାତ୍ରା ଉପରକୁ ସେମାନେ ପଥର ଫିଙ୍ଗିଥିଲେ। ବିବାହ ଶୋଭାଯାତ୍ରାରେ ପ୍ରାୟ ୪୦ରୁ ୫୦ ଜଣ ବରଯାତ୍ରୀ ସାମିଲ ହୋଇଥିଲେ। ଏହି ପଥର ମାଡ଼ରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଏହି ଘଟଣାରେ ପୁଲିସ ୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା ବେଳେ ଏଥିରେ ୨୦ ଜଣଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି ।

 

ସମ୍ବନ୍ଧିତ ଖବର