ଦିଲ୍ଲୀ ଏୟାର୍‌ପୋର୍ଟରେ ଦୃଶ୍ୟତା କମ୍‌ ଯୋଗୁଁ ଇଣ୍ଡିଗୋ ବିମାନ ଚଳାଇଲେ ଯାତ୍ରୀ ଭାବେ ଯାଉଥିବା ପାଇଲଟ୍‌

ନୂଆଦିଲ୍ଲୀ: ଘନ କୁହୁଡ଼ି ଯୋଗୁଁ ଦୃଶ୍ୟତା କମି ଯିବାରୁ ଶନିବାର ସକାଳେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୁଣେ-ଦିଲ୍ଲୀ ଇଣ୍ଡିଗୋ ବିମାନଟିକୁ ଅବତରଣ କରାଇବାକୁ ଯାତ୍ରୀ ଭାବେ ଯାଉଥିବା ଜଣେ କ୍ୟାଟ୍‌-୩ ବି ତାଲିମ୍‌ପ୍ରାପ୍ତ ପାଇଲଟ୍‌ଙ୍କୁ କୁହାଯାଇଥିଲା। ଶୁକ୍ରବାର ଦିନ ସେ କ୍ୟାପ୍‌ଟେନ୍‌ ବିମାନ ନେଇ ପୁଣେ ଯାଇଥିଲେ ଏବଂ ୬ଇ-୬୫୭୧ ବିମାନରେ ଯାତ୍ରୀ ଭାବେ ଫେରୁଥିଲେ।

ଇଣ୍ଡିଗୋ ସୂତ୍ରରୁ ପ୍ରକାଶ: ବିମାନରେ ଯାତ୍ରୀ ଆରୋହଣ ସରିବା ପରେ ଆମେ ଜାଣିଲୁ ଦିଲ୍ଲୀରେ ଦୃଶ୍ୟତା କମି ଚାଲିଛି। ଡିସେମ୍ବର ମଧ୍ୟ ଭାଗରୁ ଭୋର୍‌ ଓ ସନ୍ଧ୍ୟା ସମୟ ଲାଗି ଆମେ କ୍ୟାଟ୍‌ ୩ ବି- ତାଲିମପ୍ରାପ୍ତ ପାଇଲଟ୍‌ ନେଇଥାଉ। କିନ୍ତୁ, ଶନିବାର ସକାରେ ହଠାତ୍‌ ଦୃଶ୍ୟତା କମିଯାଇ ସମସ୍ତଙ୍କୁ ଚକିତ କରି ପକାଇଥିଲା।

Image Source: The Times of India

କିନ୍ତୁ ବିମାନରେ ଜଣେ କ୍ୟାଟ୍‌ ୩ ବି- ତାଲିମପ୍ରାପ୍ତ କ୍ୟାପ୍‌ଟେନ୍‌ ଯାତ୍ରୀ ଭାବେ ଯାଉଛନ୍ତି ବୋଲି ଇଣ୍ଡିଗୋ ଜାଣିବା ପରେ ଯାତ୍ରୀମାନଙ୍କୁ ହଇରାଣ ନ କରିବା ପାଇଁ ତାଙ୍କ ସହାୟତା ନିଆଯାଇଥିଲା।

ତାଙ୍କୁ ଫ୍ଲାଇଟ୍‌ ଡେକ୍‌କୁ ଛାଡ଼ିବା ପୂର୍ବରୁ ସେ ପାଇଲଟ୍‌ଙ୍କର ବାଧ୍ୟତାମୂଳକ ପ୍ରି-ଫ୍ଲାଇଟ୍‌ ବ୍ରିଥାଲାଇଜର୍‌ ଟେଷ୍ଟ୍‍ ନିଆଯାଇଥିଲା। ସେ ସଫଳ ହେଲେ, କିନ୍ତୁ ଗୋଟିଏ କଥାରେ ଅଭାବ ଥିଲା। ତାହା ହେଲା ସେ ପାଇଲଟ୍‌ ୟୁନିଫର୍ମ ପିନ୍ଧି ନ ଥିଲେ।

ସମ୍ବନ୍ଧିତ ଖବର