କେଜ୍ରିୱାଲ୍‌ଙ୍କୁ ଭେଟିବାକୁ ଯାଇଥିବା ମୌଲବୀଙ୍କଠୁ ମିଳିଲା ଜୀବନ୍ତ ଗୁଳି

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ସୁରକ୍ଷିତ ନାହାନ୍ତି। ତାଙ୍କ ଜୀବନ ପ୍ରତି ବିପଦ ଅଛି। ନିକଟରେ କେଜ୍ରିୱାଲ୍‌ଙ୍କ ଉପରକୁ ଲଙ୍କାଗୁଣ୍ଡ ମାଡ଼ ହୋଇଥିବାବେଳେ  ପୁଣିଥରେ କେଜ୍ରିୱାଲ୍‌ଙ୍କୁ ସାକ୍ଷାତ କରିବାକୁ ଯାଇଥିବା ଜଣେ ମୌଲବୀଙ୍କଠାରୁ ଜୀବନ୍ତ ଗୁଳି ଜବତ ହୋଇଛି। ମୌଲବୀ ଜଣଙ୍କୁ ଏବେ ପୁଲିସ ଗିରଫ କରି ଜେରା କରୁଛି। ସୂଚନାନୁଯାୟୀ କେଜ୍ରିୱାଲ୍‌ଙ୍କ ବାସଭବନରେ ଗତକାଲି ଜତନା ଦରବାର କାର୍ଯ୍ୟକ୍ରମ ଥିଲା। ଏହି ଅବସର‌ରେ କିଛି ମୌଲବୀ କେଜ୍ରିୱାଲ୍‌ଙ୍କୁ ଭେଟିବାକୁ ଯାଇଥିଲେ। ତେବେ ମୌଲବୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷାକର୍ମୀ ତଲାସି କରିବା ସମୟରେ ୩୭ ବର୍ଷୀୟ ଜଣେ ମୌଲବୀ ମହମ୍ମଦ ଇମ୍ରାନ୍‌ଙ୍କ ପର୍ସରୁ କିଛି ଗୁଳି ଜବତ ହୋଇଥିଲା।

ସମ୍ବନ୍ଧିତ ଖବର