ଦେଖା କରିବା ପାଇଁ ଅଧ ରାତିରେ ପ୍ରେମିକା ଘରେ ପହଞ୍ଚିଲା ପ୍ରେମିକ, ଘର ଲୋକ ଚୋର ଭାବି ପ୍ରେମିକକୁ ଧରିବା ପରେ…

ପଟନା: ବିହାରର ରୋହତାସ ଜିଲ୍ଲାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ୨୫ବର୍ଷୀୟ ଜଣେ ଯୁବକ ନିଜ ପ୍ରେମିକାକୁ ଅଧରାତିରେ ଦେଖା କରିବାକୁ ଆସିଥିବା ବେଳେ ପରିବାର ଲୋକମାନେ ତା’କୁ ଚୋର ବୋଲି ଭାବି କାବୁ କରି ନେଇଥିଲେ । କ’ଣ ପାଇଁ ଆସିଥିଲ ବୋଲି ପଚାରିବା ପରେ ସତ ଜାଣି ପ୍ରେମିକା ସହ ବାହା କରାଦେଲେ ପରିବାର ଲୋକେ । ପ୍ରେମିକ ଜଣଙ୍କ ଇଣ୍ଡିଆନ୍‌ ଆର୍ମିରେ କ୍ଲର୍କ ପଦରେ ଥିବା ଜଣା ପଡ଼ିଛି । ପରିବାର ଲୋକ ଏଭଳି ହଠାତ୍‌ ନିଜ ଝିଅର ବିବାହ କରିବା ଘଟଣା ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି ।
ସୂଚନା ମୁତାବକ, ୨୫ବର୍ଷୀୟ ବିଶାଲ ସିଂ ମହାରାଜଗଞ୍ଜରେ ଗାଁରେ ରହୁଥିବା ବେଳେ ତାଙ୍କର ପ୍ରେମ ସଂପର୍କ ଭିକାରି ଯାଦବଙ୍କ ଝିଅ ଲକ୍ଷ୍ମୀନା କୁମାରୀଙ୍କ ସହ ଗଢ଼ି ଉଠିଥିଲା । ଦୁଇ ଜଣ ୫ବର୍ଷ ପୂର୍ବେ ଜଣେ ସଂପର୍କୀୟଙ୍କ ବିବାହ ଉତ୍ସବରେ ଦେଖା ହେବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । କିଛି ଦିନ ତଳେ ବିଶାଲ ଛୁଟିରେ ଘରକୁ ଆସିଥିବା ବେଳେ ଲକ୍ଷ୍ମୀନାଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଆସିଥିଲେ । ଲକ୍ଷ୍ମୀନା ତଳ ଘରେ ଶୋଇଥିବା ବେଳେ ତାଙ୍କର ସମସ୍ତ ପରିବାର ଲୋକେ ଛାତ ଉପରେ ଶୋଇଥିଲେ । ବିଶାଲ ଏହାର ଫାଇଦା ଉଠାଇ ଲକ୍ଷ୍ମୀନାଙ୍କୁ ଦେଖା କରିବା ପାଇଁ ଆସିଥିବା ବେଳେ ଲକ୍ଷ୍ମୀନାଙ୍କ ପରିବାର ଲୋକେ ବିଶାଲଙ୍କୁ ଦେଖି ଦେବା ସହ ଚୋର ବୋଲି ଭାବି ପଚରାଉଚରା କରିଥିଲେ ।

oneindia.com

ପରେ ସବୁ ସତ ଜାଣିବା ପରେ ଲକ୍ଷ୍ମୀନାଙ୍କ ପରିବାର ଲୋକେ ବିଶାଲଙ୍କୁ ଘରେ ବନ୍ଦ କରିବା ସହ ତାଙ୍କ ପୁଲିସ ଏବଂ ବିଶାଲଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ସୂଚନା ପାଇ ବିଶାଲଙ୍କ ଦାଦା ପହଞ୍ଚିବା ପରେ ଦୁଇଟି ଗାଁର ଲୋକଙ୍କୁ ନେଇ ପଞ୍ଚାୟତ ବସିଥିଲା । ପଞ୍ଚାୟତ ତରଫରୁ ବିବାହ ପ୍ରସ୍ତାବ ଦିଆଯିବା ପରେ ଦୁଇଟି ପରିବାର ହଁ ଭରିଥିଲେ । ଯାହା ପରେ ଦୁହିଁଙ୍କର ବିବାହ ସମ୍ପନ୍ନ ହୋଇଥିଲା ।

ସମ୍ବନ୍ଧିତ ଖବର