ନୂଆଦିଲ୍ଲୀ: ଭୋକ ମଣିଷକୁ କେଉଁ ବି ସ୍ତରକୁ ନେଇଯାଏ। ପେଟର ଭୋକ ମେଣ୍ଟାଇବାକୁ ହିଁ ତ ଯେତେ ସବୁ ନାଟ! କୌଣସି ଅପନ୍ତରା, ଆଦିବାସୀ କିମ୍ବା ଦାରିଦ୍ର୍ୟ ପ୍ରପୀଡ଼ିତ ଅଞ୍ଚଳରେ ନୁହେଁ ବରଂ ପୂରା ପ୍ରାଚୁର୍ଯ୍ୟଭରା ଦିଲ୍ଲୀ-ଜୟପୁର ରାଜପଥରେ ସ୍ପଷ୍ଟ ଦିବାଲୋକରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାହାକୁ ଆପଣ ଆଖିରେ ନ ଦେଖିଲେ ବିଶ୍ବାସ କରିବେ ନାହିଁ। ଆପଣ ଜାଣିଥିବେ ନିଶ୍ଚୟ ଯେ କରୋନା ଭାଇରସ୍ ପାଇଁ ଦେଶରେ ଲକ୍ଡାଉନ୍ ଜାରି ହେବା ପରେ ଅନେକ ଗରିବ ଶ୍ରେଣୀୟ ଲୋକ ଭୋକ ଉପାସରେ ଦିନ କାଟୁଛନ୍ତି। ଲକ୍ଡାଉନ୍ରେ ସବୁ କିଛି ବନ୍ଦ ହୋଇ ଯାଇଥିବା ବେଳେ ଯାହା ବନ୍ଦ ହୋଇନାହିଁ ତାହା ହେଉଛି ଭୋକ।
A heartbreaking video from #DelhiJaipur highway, a man who wasn't having food, was eating a dead dog.@yogitabhayana@India_NHRC@ashokgehlot51@SachinPilot@DC_Gurugram@JaipurCongress#heartbroken#poor#MigrantsOnTheRoadpic.twitter.com/hW6eaMl18M
— Ananya Bhatnagar (@anany_b) May 20, 2020
ଭୋକ ଦାଉ ନସମ୍ଭାଳି ଦିଲ୍ଲୀ-ଜୟପୁର ରାଜପଥରେ ଜଣେ ବ୍ୟକ୍ତି ଏକ ମଲା କୁକୁରର ମାଂସକୁ ଖାଇଥିବା ପରି ଅଭାଭନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଦୃଶ୍ୟଟି ସିସିଟିଭି କ୍ୟାମେରାରେ କଏଦ ହେବା ପରେ ଏହା ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍ ପାଇଁ ଦେଶରେ ଦୀର୍ଘ ଦୁଇ ମାସ ଧରି ଲାଗୁ ହୋଇ ଆସୁଥିବା ଲକ୍ଡାଉନ୍ ଗରିବ ଶ୍ରେଣୀୟ ଲୋକଙ୍କ ଉପରେ ଟିକେ ଅଧିକ ଭାରୀ ପଡ଼ିଛି। ହଜାର ହଜାର ଗରିବ ଶ୍ରମିକ ଦୂରଦୂରାନ୍ତରୁ ପାଦରେ ଚାଲି ଚାଲି ନିଜ ଘରକୁ ଫେରୁଥିବାର ଛାତି ଥରା ଦୃଶ୍ୟ ମନରୁ ନଲିଭୁଣୁ ଏହି ଦୃଶ୍ୟ ଲକ୍ଡାଉନ୍ର କରୁଣ ପରିଣତିକୁ ଆହୁରି ସ୍ପଷ୍ଟ କରୁଛି।