ଦୁଃଚିନ୍ତାର କାରଣ ଦିଲ୍ଲୀ ଓ ମହାରାଷ୍ଟ୍ର: ୭ ମାସ ପରେ ଦିଲ୍ଲୀରେ ସର୍ବାଧିକ ୨,୭୧୬ ନୂଆ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଶନିବାର ଦିନ ଦିଲ୍ଲୀ ୨,୭୧୬ଟି ନୂଆ କୋଭିଡ୍‌-୧୯ ସଂକ୍ରମଣ ମାମଲା ଏବଂ ସେଥିଯୋଗୁଁ ଜଣଙ୍କର ମୃତ୍ୟୁ ଘଟିଥିବା ରିପୋର୍ଟ କରିଛି। ବିଗତ ୭ ମାସ ବା ଗତବର୍ଷ ମେ ୨୧ ପର ଠାରୁ ଏହା ହେଉଛି ସର୍ବାଧିକ ଦୈନିକ ସଂକ୍ରମଣ ସଂଖ୍ୟା। ଦିଲ୍ଲୀରେ ପଜିଟିଭିଟି ହାର ମଧ୍ୟ ହଠାତ୍‌ ୩.୬୪%କୁ ବୃଦ୍ଧି ପାଇଛି।

କ୍ରମାଗତ ୨ ଦିନ ହେବ ଏହି ହାର ୨% ଉପରେ ରହୁଛି। ଶନିବାର ଦିନ ରେକର୍ଡ ହୋଇଥିବା କୋଭିଡ୍‌-୧୯ ପଜିଟିଭିଟି ହାର ଥିଲା ୫୧.୨%। ଏହା ଶୁକ୍ରବାର ସଂକ୍ରମଣ ଠାରୁ ଅଧିକ। ଶୁକ୍ରବାର ଦିନ ଦିଲ୍ଲୀରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ଥିଲା ୧,୭୯୬।

Image Courtesy of Mint

ସେହିପରି, ମହାରାଷ୍ଟ୍ରରେ ମଧ୍ୟ ଶୁକ୍ରବାର ଦିନ ୯,୧୭୦ ଜଣ ନୂଆ କୋଭିଡ୍‌-୧୯ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗୁରୁବାର ଠାରୁ ଏହା ୧୩% ଅଧିକ ଥିଲା। ଶୁକ୍ରବାର ଦିନ ସେଠାରେ କୋଭିଡ୍‌ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ୭ ଥିଲା।

ଶନିବାର ଦିନ କେବଳ ମୁମ୍ବାଇରେ ନୂତନ ସଂକ୍ରମିତଙ୍କ ସଂଖ୍ୟା ଥିଲା ୬,୩୪୭। ଏଥିରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ୪୫୧ଜଣ ସୁସ୍ଥ ହୋଇଥିଲେ। ଗତକାଲି ସେଠାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୨୨,୩୩୪।

ସମ୍ବନ୍ଧିତ ଖବର