ଜୟପୁର : ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଲିଙ୍କ ଫିଲ୍ମ ‘ପଦ୍ମାବତୀ’କୁ ନେଇ ଦେଖାଦେଇଥିବା ବିବାଦ ତୁଟିନଥିବା ବେଳେ ଫିଲ୍ମର ଶୁଭମୁକ୍ତି ପାଇଁ ଫିଲ୍ମ ନିର୍ମାତାମାନେ ଆଶା ବାନ୍ଧି ବସିଛନ୍ତି। ଫିଲ୍ମଟିକୁ ପୁଙ୍ଖାନୁପୁଙ୍ଖ ଦେଖି ତାହାର କଥାବସ୍ତୁକୁ ତର୍ଜ୍ଜମା କରିବା ଲାଗି ସିବିଏଫ୍ସି ଏକ ଐତିହାସିକମଣ୍ଡଳୀ ଗଠନ କରିଛନ୍ତି। ତେବେ ଏହି ମଣ୍ଡଳୀର ଐତିହାସିକ ତଥା ଜୟପୁର ଅଗ୍ରଓ୍ଵାଲ ସ୍ନାତକୋତ୍ତର ମହାବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ଆର୍ଏସ ଖଙ୍ଗାରୋତ୍ ଆଜି ଦେଇଥିବା ରୋଚକ ତଥ୍ୟ ଏହାର ଶୁଭମୁକ୍ତି ଦିଗରେ ଆଶା ସଞ୍ଚାର କରିଛି। ଅପରପକ୍ଷେ, ପଦ୍ମାବତୀ ସିନେମାରେ ଉଭୟ ଇତିହାସ ଏବଂ କିମ୍ବଦନ୍ତୀର ମିଶ୍ରଣ ହୋଇଛି ବୋଲି ଖଙ୍ଗାରୋତ ରଖିଥିବା ମତର ତର୍ଜ୍ଜମା କରିବାକୁ ସିବିଏଫ୍ସି କେତେ ସମୟ ନେଉଛି ଏବଂ ଫିଲ୍ମଟିକୁ କେବେ ପ୍ରଦର୍ଶନ ପ୍ରମାଣପତ୍ର ମିଳିବ ତାହାକୁ ସିନେପ୍ରେମୀମାନେ ଚାହିଁ ବସିଛନ୍ତି।
ପ୍ରଫେସର ଖଙ୍ଗାରୋତଙ୍କ କହିବା ଅନୁଯାୟୀ, ଇତିହାସରେ ପଦ୍ମାବତୀର ବର୍ଣ୍ଣନା ପରି ଲୋକକଥାକାର ଜୟାସିଙ୍କ ଲୋକକାବ୍ୟ ‘ପଦ୍ମାବତ’ରେ ମଧ୍ୟ ଅନୁରୂପ ବର୍ଣ୍ଣନା ରହିଛି। ତେଣୁ ପଦ୍ମାବତୀ ଉଭୟ ଇତିହାସ ଏବଂ କିମ୍ବଦନ୍ତୀର ମିଶ୍ରଣ ବୋଲି ଖଙ୍ଗାରୋତ୍ କହିଛନ୍ତି। ତେବେ ପଦ୍ମାବତୀକୁ ବଂଶାଲି ବନାମ୍ କର୍ଣ୍ଣି ସେନା ଓ ବଂଶାଲି ବନାମ୍ ରାଜପୁତ ଭାବେ ଦେଖିବା ଉଚିତ୍ ନୁହେଁ। ଅନ୍ୟପକ୍ଷରେ, ପଦ୍ମାବତୀ ଫିଲ୍ମରେ ପ୍ରଦର୍ଶିତ ‘ଘୁମର’ ନୃତ୍ୟ ମଧ୍ୟ ଗମ୍ଭୀର ଆଲୋଚ୍ୟ ବିଷୟ ହୋଇଛି ବୋଲି ସେ କହିଛନ୍ତି। ପଶ୍ଚିମ ରାଜସ୍ଥାନରେ ସବୁଠୁ ଲୋକପ୍ରିୟ ଥିବା ଏହି ସାମନ୍ତବାଦୀ ନୃତ୍ୟକୁ କିନ୍ତୁ ପଦ୍ମାବତୀ ନାଚିନଥିଲେ। ଏହା କେବଳ ମହିଳାଙ୍କ ଗହଣରେ ହୋଇଥିବା ବେଳେ ନୃତ୍ୟ ପରିବେଷଣରେ ପୁରୁଷ ରହିଛନ୍ତି। ସେହିପରି ରାଜସ୍ଥାନର ଅନ୍ୟ ଏକ ଲୋକନୃତ୍ୟରେ ପିତ୍ତଳ ପାତ୍ର ଉପରେ ନିଅାଁ ଜଳାଯାଇଥାଏ। ତେବେ ପଦ୍ମାବତୀରେ ଏହି ଦୁଇଟି ନୃତ୍ୟକୁ ମିଶାଇ ଦିଆଯାଇଥିବାରୁ ଏହା ଏକ ବ୍ୟତିକ୍ରମ ବୋଲି ସେ କହିଛନ୍ତି। ଅପରପକ୍ଷେ, ସଂପୃକ୍ତ ଫିଲ୍ମରେ ଇତିହାସର କୌଣସି ବିକୃତିକରଣ କରାଯାଇନାହିଁ ବୋଲି ପ୍ୟାନେଲର ଅନ୍ୟତମ ଐିିତିହାସିକ ତଥା ଅବସରପ୍ରାପ୍ତ ପ୍ରଫେସର ବିଏଲ୍ ଗୁପ୍ତା କହିଛନ୍ତି।
ସିବିଏଫ୍ସି ପ୍ୟାନେଲ୍ ଐତିହାସିକଙ୍କ ମତ:‘ପଦ୍ମାବତୀ’ରେ ଇତିହାସ ସହ କିମ୍ବଦନ୍ତୀ ମିଶିଛି
/sambad/media/post_attachments/wp-content/uploads/2017/12/Untitled-1-copy-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)