ମଧ୍‌ୁକୋଡ଼ାଙ୍କୁ ୭ବର୍ଷ ଜେଲଦଣ୍ଡ ଦାବି କଲା ସିବିିଆଇ

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧୁକୋଡ଼ାଙ୍କ ସମେତ ଅନ୍ୟ ଦୋଷୀମାନଙ୍କୁ ଆସନ୍ତା ୧୬ ତାରିଖ ଦିନ ତାଙ୍କୁ ଦଣ୍ଡ ବିଧାନ କରାଯିବ। ମଧ୍‌ୁକୋଡ଼ାଙ୍କ ସହିତ ପୂର୍ବତନ କୋଇଲା ସଚିବ ଏଚ୍‌ ସି ଗୁପ୍ତା ଓ ଅନ୍ୟ ।ନଙ୍କୁ ଅତିକମ୍‌ରେ ୭ବର୍ଷ ଜେଲ ଦଣ୍ଡାଦେଶ ପାଇଁ ଗୁରୁବାର ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟରେ ସିବିଆଇ ଅପିଲ କରିଛି। ପରିବାରର ଦାୟିତ୍ୱ ଦର୍ଶାଇ ମଧ୍‌ୁକୋଡ଼ା ଦଣ୍ଡକୋହଳ କରିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ତାଙ୍କର ଦୁଇ ଝିଅଙ୍କ ରକ୍ଷଣାବେକ୍ଷଣର ସମସ୍ତ ଦାୟିତ୍ୱ ତାଙ୍କ ମୁଣ୍ଡରେ ଅଛି। ଏହା ତାଙ୍କ ନାମରେ ପ୍ରଥମ ଅପରାଧିକ ମାମମଲା ହୋଇଥିବାରୁ ତାଙ୍କୁ କୋର୍ଟ ଦଣ୍ଡ କୋହଳ କରନ୍ତୁ ବୋଲି କହିଥିଲେ । ଅନ୍ୟ ସମସ୍ତେ ମଧ୍ୟ ଦଣ୍ଡ କୋହଳ ପାଇଁ ଆବେଦନ କରିଥିବା ସିବିଆଇ କହିଛି।

ସମ୍ବନ୍ଧିତ ଖବର