ନୂଆଦିଲ୍ଲୀ: ଗୋଟାଏ ‘କିଲୋ-କ୍ଲାସ୍’ ବୁଡ଼ାଜାହାଜ ଆଧୁନିକିକରଣ ସମ୍ବନ୍ଧୀୟ ଗୁପ୍ତ ତଥ୍ୟା ‘ଲିକ୍’ କରିବାରେ ସମ୍ପୃକ୍ତ ଥିବା ଭାରତୀୟ ନୌସେନାରେ କାର୍ଯ୍ୟରତ ଜଣେ କମାଣ୍ଡର୍ ପାହ୍ୟା ଅଧିକାରୀ, ଦୁଇଜଣ ଅବସରପ୍ରାପ୍ତ ଅଧିକାରୀ ଏବଂ ଦୁଇଜଣ ସାଧାରଣ ବ୍ୟକ୍ତିଙ୍କୁ ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ (ସିବିଆଇ) ଗିରଫ କରିଛି।
ଗିରଫ ଅବସରପ୍ରାପ୍ତ ଅଧିକାରୀଙ୍କ ମଧ୍ୟରେ ମଧ୍ୟ ଜଣେ କମାଣ୍ଡର୍-ପାହ୍ୟାର ଅଧିକାରୀ ଅଛନ୍ତି। କିଛି ଦିନ ହେବ କାର୍ଯ୍ୟରତ ଏବଂ ଅବସରପ୍ରାପ୍ତ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଥିବା ଗୁଇନ୍ଦା ଏଜେନ୍ସିଙ୍କ ଠାରୁ ସୂଚନା ପାଇବା ପରେ ‘ସିବିଆଇ’ ଅଭିଯାନ ଆରମ୍ଭ କରିଥିଲା।
ପ୍ରାପ୍ତ ସୂଚନା ଅନୁସାରେ, ମୁମ୍ବାଇରେ ନିଯୁକ୍ତି ପାଇଥିବା କାର୍ଯ୍ୟରତ ନୌସେନା କମାଣ୍ଡର୍ ପାହ୍ୟା ଅଧିକାରୀଙ୍କୁ ମୁମ୍ବାଇରେ ହିଁ ଗିରଫ କରାଯାଇଛି। କିନ୍ତୁ, ‘ସୂଚନା ଲିକ୍’ ଘଟଣା ଦିଲ୍ଲୀରେ ହୋଇଛି।
Image Courtesy of India Todayଉପରୋକ୍ତ ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ନିଆଯାଇଛି। ଏହି ମାମଲାରେ ‘ସିବିଆଇ’ ମଧ୍ୟ ଦିଲ୍ଲୀ, ନଇଡ଼ା ଏବଂ ହାଇଦ୍ରାବାଦର ୧୯ଟି ସ୍ଥାନରେ ତଲାସ କରିଛି। ତଲାସ ସମୟରେ କେତୋଟି ‘ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍’ ସମେତ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି।
ଜଣେ ଭାଇସ୍ ଆଡ୍ମିରାଲ୍ଙ୍କ ନେତୃତ୍ୱରେ ନୌସେନା ମଧ୍ୟ ଉପରୋକ୍ତ ‘ସୂଚନା ଲିକ୍’ ମାମଲାର ଅଭ୍ୟନ୍ତରିଣ ତଦନ୍ତ ଆରମ୍ଭ କରିବା ସହ ଭବିଷ୍ୟତରେ ଏଭଳି ଘଟଣା ନ ଘଟିବା ପାଇଁ କେତେକ ପ୍ରସ୍ତାବ ଦେଇଛି।
ରୁଷ୍ଦ୍ୱାରା ନିର୍ମିତ ଭାରତୀୟ ନୌସେନାର ଏହି ବୁଡ଼ାଜାହାଜରେ ସମ୍ପ୍ରତି ଭାରତ ଏବଂ ବିଦେଶରେ କେତେକ ମରାମତି କାର୍ଯ୍ୟ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/cbi1.jpg)